Pratidin TV

Odisha's Digital News Platform

ହାଇଭୋଲ୍ଟରେ କମିସନରେଟ୍ ପୋଲିସ : ଏଥର ରାଜଧାନୀରୁ ଉଡିପାର ହେବେ କୁଖ୍ୟାତ୍ ଅପରାଧି

1 min read

ଭୁବନେଶ୍ୱର : ରାଜଧାନୀରେ ଅପରାଧିମାନେ ନିକଟରେ କମିସନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ । ବର୍ତ୍ତମାନ ଯାହାର ମୁହଁତୋଡ୍ ଜବାବ୍ ଦେଇଚି କମିଶନରେଟ୍ ପୋଲିସ । ରାଜଧାନୀରେ ଦିନ ଦିପହରରେ ଘଟାଉଥିବା ଅପରାଧକୁ ରୋକିବାକୁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୋଲିସ । ବର୍ତ୍ତମାନ କମିସନରେଟ୍ ପୋଲିସ ଟାରଗେର୍ଟରେ ରାଜଧାନୀର ଅପରାଧି । ଦୀର୍ଘ ଦୀନ ଧରି ରାଜଧାନୀରେ ଘଟାଉଥିବା କୁଖ୍ୟାତ୍ ଅପରାଧିମାନଙ୍କୁ ତଡିପାର କରିବାକୁ ବ୍ୟବସ୍ଥା କରିଛି କମିସନରେଟ୍ ପୋଲିସ । ଯେଉଁ ଅପରାଧିମାନଙ୍କ ନାଁରେ ରାଜଧାନୀରେ ହତ୍ୟା,ଚୋରୀ,ଡକାୟତୀ ଏବଂ ରାହଜାନୀ ଭଳି ସଙ୍ଗୀନ ଅପରାଧ ରହିଛି । ସେମାନଙ୍କୁ ରାଜଧାନୀରୁ ବିଦାକରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ର୍ରସ୍ତୁତ କରିଛି କମିସନରେଟ୍ ପୋଲିସ । ଏବେ ଆଉ ରାଜଧାନୀରେ ଚଳିବନାହିଁ ଏଭଳି ଅପରାଧୀମାନଙ୍କର ରାଜୁତି । ଏଥର ଶାନ୍ତିରେ ନିଶ୍ୱାସ ମାରିବେ ରାଜଧାନୀ ବାସୀ ।

ସୂଚନା ଅନୁଯାୟୀ ଗତକାଲି ରାଜଧାନୀର ଜଣାଶୁଣା କୁଖ୍ୟାତ୍ ଅପରାଧୀ ଲକ୍ଷ୍ମୀସାଗର ଅଞ୍ଚଳର ସଂଗ୍ରାମ କେଶରୀ ପ୍ରଧାନ ଓରଫ୍ ବାବୁକୁ (୩୯) କମିସନରେଟ୍ ପୋଲିସ ତଡିପାର ଘୋଷଣା କରିଛି । ବର୍ଷେ ପର୍ଯ୍ୟନ୍ତ ବାବୁକୁ ରାଜଧାନୀ ଓ ଉପକଣ୍ଠରେ ଦେଖିବାକୁ ମିଳିବ ନାହିଂ ବୋଲି ପୋଲିସ ଘୋଷଣା କରିଛି । ଏହି ନିର୍ଦ୍ଦେଶକୁ ବାବୁ ଅମାନ୍ୟ କଲେ ,ତା ବିରୁଦ୍ଧରେ କଠୋରରୁ କଠୋରତର କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆଜି ଅଚାନକ କମିସନରେଟ୍ ପୋଲିସ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜଧାନୀର ବହୁ ଅପରାଧୀଙ୍କ ମନ ଭିତରେ ଛନକା ପଶିଯାଇଛି । ବାବୁ ଭଳି ପ୍ରାୟ ୫୦ ଜଣଙ୍କ ତାଲିକା ତିଆରି କରଛି କମିଶନରେଟ୍ ପୋଲିସ ।

Advertisement

ତେବେ ପୋଲିସ ସୂଚନା ଅନୁ୍‌ଯାୟୀ ବାବୁ ଜଣେ ପୁରୁଣା ଏବଂ ପେସାଦାର ଅପରାଧୀ । ତା ନାଁରେ ରାଜଧାନୀରେ ପ୍ରାୟ ୧୧ରୁ ଅଧିକ ସଙ୍ଗୀନ ମାମଲା ରହିଛି । ଏହି ୧୧ଟି ମାମଲା ମଧ୍ୟରୁ ଅଧିକାଂଶ ହେଉଛି ବଟି ଆଦାୟ । ସେ ଭୁବନେଶ୍ୱରର ବଜାର ବସ୍ତିରେ ବଟି ଆଦାୟ କରୁଥିବା ବେଳେ , କେହି ତାକୁ ବିରୋଧ କରୁଥିଲେ । ସେମାନଙ୍କୁ ବନ୍ଧୁକଏବଂ ଭୁଜାଲିରେ ଆକ୍ରମଣ କରୁଥିଲା ବାବୁ । ବିଶେଷକରି ସେ ବହୁ ବିଲ୍ଡରସ୍ ଓ ବ୍ୟବସାୟୀମାନଙ୍କୁ ନିଜର ଟାଗେର୍ଟ ବନାଉଥିଲା । ଏମିତିକି ଅନେକ ନିରିହ ଲୋକ ମଧ୍ୟ ବାବୁର ଏହି ଜଘନ୍ୟ କାଣ୍ଡରେ ବଳିପଡିଯାଉଥିଲେ ।

୨୦୧୨ ରୁ ୨୦୨୨ ମଦୟରେ ତା ନାଁରେ ଲକ୍ଷ୍ମୀସାଗର ଥାନାରେ ୧୧ଟି ମାମଲା ରୁଜୁ ହୋଇଛି । ସେଗୁଡିକ ମଧ୍ୟରେ ରହିଛି ବନ୍ଧୁକ ଦେକାଇ ଦାଦାବଟି ଆଦାୟ କରିବା , ଡକାୟତି,ଚୋରି,ଅସଦାଚରଣ ଓ ହତ୍ୟା ଉଦ୍ୟାମ ଭଳି ସଙ୍ଗୀନ ମାମାଲା ।ସେ ସେଥିମଧ୍ୟରୁ କେତେକ ମାମଲାରେ ଗିରଫ୍ ହୋଇ ଜେଲ ଯାଇଥିବା ବେଳେ ଅନେକରେ ଜାମିନ ପାଇ ବାହରକୁ ବାହରି ପୁଣି ଅପରାଧ ଘଟାଇଛି ।କିନ୍ତୁ ବର୍ତ୍ତମାନ କମିସନରେଟ୍ ପୋଲିସର ଏଭଳି ପଦକ୍ଷେପରେ ଆଶ୍ୱସ୍ଥ ମାରିଛନ୍ତି ରାଜଧାନୀ ବାସୀ।

Leave a Reply

Your email address will not be published. Required fields are marked *