Pratidin TV

Odisha's Digital News Platform

ବଢିଲା ସୌରିନଙ୍କ ଅଡୁଆ ; ଲୁକ୍ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ …

ଭୁବନେଶ୍ୱର : କଣ୍ଠଶିଳ୍ପୀ ଶୌରିନ ଭଟ୍ଟଙ୍କୁ କମିଶନରେଟ୍ ପୋଲସର ବଡ ଝଟ୍‌କା । ସୌରିନ ଭଟ୍ଟଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ ।

କଟକ ମହିଳାନ ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ପରେ ଅଢୁଆରେ ପଡିଥିଲେ ସୌରିନ । ମହିଳା ଜଣଙ୍କୁ ସିଙ୍ଗର ବନାଇବାର ଳାଳସା ଦେଖାଇ ଯୌନ ନିର୍ଯାତନା ଦେଇଥିଲେ । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । କିନ୍‌ତୁ ସୌରିନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବାରୁ ତାହା ଖାରଜ୍ ହୋଇଯାଇଥିଲା ।

ତେବେ କୋଲକାତାରେ ସୌରିନ୍ ଭଟ୍ଟଙ୍କୁ ନପାଇବା ରୁ କମିଶନରେଟ୍ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରଛି । କାରଣ ସୌରିନ୍ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯାଇଥିଲ ପୋଲିସ । ତିନିଟି ସ୍ଥାନରେ ଖୋଜିବା ପରେ ମଧ୍ୟ ସୌରିନ୍ ଭଟ୍ଟଙ୍କୁ ପାଇନଥିଲା ପୋଲିସ । ଏହା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *