Pratidin TV

Odisha's Digital News Platform

କ୍ରେଡିଟ୍ କାର୍ଡ ମହାଠକେଇ ; ଅଜାଣତରେ ଇସ୍ୟୁ ହେଲା କ୍ରେଡିଟ୍ କାର୍ଡ , ଲୁଟିନେଲେ ୮ କୋଟି ….

1 min read

ଭୁବନେଶ୍ୱର ; ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କର ଉତ୍‌ପାତ୍ । ସାମ୍ନାକୁ ଆସିଲା ମାୟାନଗରୀ ଭୁବନେଶ୍ୱରର ସବୁଠୁ ବଡ ଠକେଇ । କ୍ରେଡିଟ୍ କାର୍ଡ ନାଁରେ ୮ କୋଟି ଠକାମୀର ଶିକାର ହେଲେ ଯୁବକ । ଅଭିଯୋଗ ପରେ ସାମ୍ନାକୁ ଆସିଲା କ୍ରେଡିଟ୍ କାର୍ଡ ଠକଙ୍କ ସତ ।

ସୂଚନ ଅନୁଯାୟୀ ଘଟଣାଟି ଏମିତିକି ଅଭିଯୋଗକାରୀ ରାକେଣ ଲୋନ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ନିଜେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ କୌଣସି ପ୍ରକାରର କ୍ରେଡିଟ୍ କାର୍ଡ ଇସ୍ୟୁ କରିନଥିବା ବେଳେ ତାଙ୍କ ନାଁରେ ଆସିଥିଲା କୋଟି କୋଟି ଟଙ୍କା । ଅଭିଯୋଗ ପରେ ସାଇବର ଥାନା ପୋଲିସ ଅଭିଯୁକ୍ତ ବିଜୁ ତ୍ରିପାଠୀ ଏହି କାର୍ଡ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ବିଲିଂ ଏଜେଂଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିବା ତଦନ୍ତ ପରେ ଜଣାପଡିଥିଲା । ହସ୍ପଟିଲା ଗୁଡିକରେ ପେସେଂଟ ବିଲିଂ କରିବା ସମୟରେ ବିଲିଂ ଏଜେଂଟ ଠକ ନିକଟରେ ଥିବା କ୍ର୍ରେଡିଟ କାର୍ଡ ମାଧ୍ୟମରେ ସ୍ୱାଇପ କରି ପେମେଂଟ ନେଉଥିଲେ । ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତର ଆକାଉଁଟକୁ ଯାଉଥିଲା । ଏଭଳି କରି ଲୋକଙ୍କୁ ଚୁନା ଲଗାଉଥିଲା ଠକ । ଏଥିରେ ତଦନ୍ତ ରୁ ଜଣା ପଡିଛି ଜେ ବିଭିନ୍ନ ଲୋକଙ୍କ ନାଁରେ କ୍ରେଡିଟ କାର୍ଡ ବ୍ୟବହାର କରି ଚୂନ ଲଗାଇଯାଉଥିଲା ।

Advertisement

ପୋଲିସ ତାକୁ ଗିରଫ୍ କରରିବା ସମୟରେ ଅଭିଯୁକ୍ତ ନିକଟରୁ ୭ଲକ୍ଷ ଟଙ୍କା ସହିତ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬ଟି ମୋବାଇଲ, ପାସବୁକ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହାସହ ୩ ବସ୍ତା ମନି ରିସିପ୍ଟ ମିଳିଛି । ଯାହା ୨କୋଟିରୁ ଅଧିକ ଟଙ୍କାର ହେବ ବୋଲି ଜଣା ପଡିଛି । ତେବେ ସମୃକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ୍ କରିଛି ପୋଲିସ । ଏଥିରେ ଆଉ କିଏ କିଏ ସମୃକ୍ତ ଅଛନ୍ତି ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *