ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ଏକ ଆଡଭାଇଯାରି ପ୍ରସ୍ତୁତ କଲା କମିଶନରେଟ ପୋଲିସ….
1 min readରାଜଧାନୀରେ ବଢୁଥିବା ଆପର୍ଟମେଣ୍ଟ ଲୁଟ କମିଶନରେଟ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ଗତ ୬ ମାସ ଭିତରେ ରାଜଧାନୀର ପାଖାପାଖି ୩0ଟି ଆପର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳା କନା ବୁଲାଇ ସାରିଲେଣି ଲୁଟେରା,ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବା ପାଇଁ ସକ୍ଷମ ହୋଇନି ପୋଲିସ | ଏଥିପାଇଁ ଗତକାଲି ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ସହ ବୈଠକ ହୋଇଥିଲା। ଆଜି ବିଭିନ୍ନ ଆପାରଟମେଣ୍ଟର ସଭାପତି, ସମ୍ପାଦକଙ୍କ ସହ ପୋଲିସ କମିସନର ଓ ବରିଷ୍ଠ ଅଧିକାରୀଙ୍କ ବୈଠକ କରୁଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା।
ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ଏକ ଆଡଭାଇଯାରି ପ୍ରସ୍ତୁତ କରୁଛି ପୋଲିସ। ସୁରକ୍ଷା ବ୍ୟବସ୍ଥାକୁ କିଭଳି ମଜବୁତ୍ କରିହେବ ତାକୁ ନେଇ ବୈଠକରେ ଆଲୋଚନା ହେଇଛି। ଆପର୍ଟମେଣ୍ଟରେ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ଖରାପ କ୍ୱାଲିଟି କ୍ୟାମେରା ଲଗାଇଲେ ଭଲ ଫୋଟୋ ଆସିପାରୁନାହିଁ,ଯାହା ଫଳରେ ଲୁଟେରା ଚିହ୍ନଟ ହୋଇପାରୁନାହାନ୍ତି,ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି। ଉଚ୍ଚ ପାଚେରୀ କରିବା ସହ ପାଚେରୀ ଉପରେ ତୀକ୍ଷଣ ଲୁହା ଫ୍ରେମ ଲଗାଇବାକୁ ଅନୁରୋଧ କରିଛନ୍ତି।ଏଥିସହ ଆପର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି। ଟେକ୍ନୋଲୋଜିର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ସଂଜୀବ ପଣ୍ଡା | ବିଭିନ୍ନ ଅତ୍ୟାଧୁନିକ ମୋସନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି | ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ପ୍ରତି ଫ୍ଲାଟରେ IP କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି, ଘର ଛାଡ଼ି ଗଲେ କିଏ ଆସିଛି ଯାଇଛି IP କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ ଓନର ।