Pratidin TV

Odisha's Digital News Platform

ସତର୍କ କରାଇଲା କମିଶନରେଟ୍ ପୋଲିସ , ଗୁଡ଼ି ଉଡ଼ାଇବା ବେଳେ ମାଂଜା ସୂତା ବ୍ୟବହାର କରନ୍ତୁ ନାହିଁ …

ଭୁବନେଶ୍ୱର ; ମକର ସକ୍ରାନ୍ତି ପୂର୍ବରୁ ଓଡିଶାବାସୀଙ୍କୁ ସତର୍କ କରାଇଲା କମିଶନରେଟ୍ ପୋଲିସ । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଏହା କେବଳ ଓଡିଶାରେ ନୁହେଁ ବରଂ ପୁରା ଭାରତରେ ପାଳନ କରାଯାଏ । କିନ୍ତୁ ଏହି ଦିନ ଅନେକ ପ୍ରକାରର ଦୁର୍ଘଟଣା ଖବର ମଧ୍ୟ ସାମ୍ନାକୁ ଆସିଥାଏ ।

ଲୋକମାନେ ଗୁଡି ଉଡାଇବାରେ ଏତେ ମଜି ଯାଇଥାନ୍ତି ଯେ ରାସ୍ତା ଘାଟ ,ଛାଡ ଇତ୍ୟାଦି ଉପରେ ଥାଇ ଭୁଲିିଯାଆନ୍ତି । କିଏ ଗୁଡି ଉଡାଇବା ସମୟରେ ଛାତରୁ ପଡି ଜୀବନ ହରାଇଥାଏ ତ କିଏ ଡ୍ରେନରେ ପଡି ପୁଣି କିଏ ରାସ୍ତା ଉପରେ ଗାଡି ସହ ଅଜାଣତରେ ଧକ୍କା ହୋଇ । ସେହିଭଳି ମାଞ୍ଜା ସୂତା ମଧ୍ୟ ଅନେକ ଜୀବନ ନେଇଥାଏ ଏହି ଦିନରେ । ଗୁଡିରେ ଲାଗିଥିବା ମାଞ୍ଜାସୂତା ପ୍ଲାଷ୍ଟିକ ସହ ଏତେ ପତଳା ଓ ଧାରୁଆ ହୋଇଥାଏ ଯେ ସହଜରେ ଏହା କାହାରି ବେକ କାଟିଦେଇପାରିବ ।

ତେବେ ଏସବୁ ଘଟଣାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଓଡିଶାବାସୀଙ୍କୁ ଟ୍ୱିଟ କରି ସର୍ତକ କରାଇଛି । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଗୁଡ଼ି ଉଡାଇବା ବେଳେ ସତର୍କତା ଅବଲମ୍ବନ କରିବା ସହ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *