ଐତିହାସିକ ବାଲିଯାତ୍ରା : ଆସିଲା ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ…
1 min readକାଲିଠୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଯେଉଁଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ। ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲିଯାତ୍ରା ରେ ଭିଡ଼କୁ ନଜରରେ ରଖି ଟ୍ରାଫିକ କଟକଣା ଜାରି ହୋଇଛି। କଟକ ସହର ପାଇଁ କରାଯାଇଥିବା ଟ୍ରାଫିକ୍ ବ୍ୟବସ୍ଥା ଅନୁସାରେ, ସତୀ ଚଉରା ଛକରୁ କୌଣସି ତିନି ଚକିଆ ଓ ଚକିଆ ଯାନ ସେଲଟର ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ବେଲଭିୟୁ ଛକରୁ ସିଡିଏ-୧୧ ଛକ ଦେଇ ବିଜୁପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାରରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାଇପାରିବେ।
ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଓ ତିନି ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆରେ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥଳ ଯଥା ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ଵର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।ଏହା ସହିତ ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରାପଡ଼ିଆକୁ ଯାଇପାରିବେ ନାହିଁ। ସେହି ଗାଡ଼ିଗୁଡ଼ିକ ଚହଟା ଛକରୁ ବାମକୁ ଯାଇ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ।ମଧୁସୂଦନ ସେତୁ ଆଡ଼ୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାଇପାରିବେ।
ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ଵର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।ବିଜୁ ପଟ୍ଟନାୟକ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଦୟାଶ୍ରମ ରାସ୍ତାରେ ସିଧା ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ। ସେମାନେ ପାଖରେ ଥିବା ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।ବିଜୁ ପଟ୍ଟନାୟକ ଛକଠାରୁ କେବଳ ଦୁଇ ଚକିଆ ଦୟାଶ୍ରମ ରାସ୍ତାରେ ଯାଇ ବାମ ପଟେ ଥିବାର ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।ଜାରି ହୋଇଥିବା ଟ୍ରାଫିକ କଟକଣା ଅନୁସାରେ, କୌଣସି ଚାରିଚକିଆ ଯାନ ସିଧାସଳଖ ବାଲିଯାତ୍ରା ପଡିଆ ନିକଟକୁ ଯାଇପାରିବେ ନାହିଁ।