Pratidin TV

Odisha's Digital News Platform

ନିଶା ବେପାରୀଙ୍କୁ ରାଜଧାନୀ ମନା – କମିଶନରେଟ୍ ପୋଲିସର ଅପରେଶନ ‘white spider ‘

1 min read

ଭୁବନେଶ୍ୱର : ଏଥର ସାବାଡ୍ ହେବେ ନିଶା ବେପାରୀ । ନିଶା ବେପାରୀଙ୍କୁ କମିସନରେଟ ପୋଲିସର କଡ଼ା ଚେତାବନୀ। ନିଶା ବେପାର କଲେ ରାଜଧାନୀରେ ରହିପାରିବେ ନାହିଁ ନିଶା ବେପାରୀ। ନିଶା ବିକ୍ରି କଲେ ୬ ମାସ ପାଇଁ ରାଜଧାନୀ ମନା। ନିଶା ବିକ୍ରିକୁ ବନ୍ଦ କରିବା ପାଇଁ କମିଶନରେଟ୍ ପୋଲିସର ଭିନ୍ନ ଉଦ୍ୟମ । ପୂର୍ବରୁ ରାଜଧାନୀରେ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା । କିନ୍ତୁ ପ୍ରଥମ ଥର ପାଇଁ ନିଶା ବେପାରିକୁ ତଡିପାର କଲା କମିସନରେଟ ପୋଲିସ । ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ ଜାରି କରିଛି। ନିଶା କାରବାରକୁ ବନ୍ଦ କରିବା ପାଇଁ କମିଶନରେଟ୍ ପୋଲିସ ହ୍ୱାଇଟ ସ୍ପାଇଡର ଅପରେସନ ଆରମ୍ଭ କରିଛି। ବିଶେଷ କରି ମଦ , ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ ।

ପେଶାଦାର ନିଶା ବେପାରୀ ଗିରଫ ପରେ ଜାମିନ୍ ରେ ଆସି ପୁଣି ନିଶା ବ୍ୟବସାୟ ଆରମ୍ଭ କରୁଛନ୍ତି ସେମାନଙ୍କୁ ରାଜଧାନୀ ମନା । ଦୁର୍ଦାନ୍ତ ଅଭ୍ୟାସଗତ ତଥା ପେସାଦାର ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର ନିର୍ଦେଶ ଦେଲା କମିସନରେଟ ପୋଲିସ । ୬ ମାସ ପର‌୍ୟ୍ୟନ୍ତ ତଡ଼ିପାର ନିର୍ଦେଶ ଦେଲା କମିଶନରେଟ୍ ପୋଲିସ । ଏହି ତଡ଼ିପାର ନିର୍ଦେଶ ଇନଫୋସିଟି ଥାନା ଓ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପାଇଁ ବଳବତର ରହିବ। ଅଭିଯୁକ୍ତ ଚକ୍ରଧର ନାଁରେ ୨୦୧୯ରୁ ୨୦୨୨ମଧ୍ୟରେ ଚନ୍ଦ୍ର ଶେଖର ପୁର ଓ ଇନଫୋସିଟି ଥାନା ରେ ୩ଟି ନିଶା କାରବାର ଜନିତ ମାମଲା ରହିଛି ।

Advertisement

ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ । ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି । ନିଶା କାରବାରକୁ ବନ୍ଦ କରିବା ପାଇଁ ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ।ନିଶା ସମ୍ପର୍କିତ ଖବର ଏହି ନମ୍ବରରେ ଜଣାଇବା ପାଇଁ ଡିସିପିଙ୍କ ଅପିଲ ।

ନିଶା ବେପାରୀ ଙ୍କୁ ରାଜଧାନୀ ପ୍ରବେଶ ଉପରେ କଟକଣା ଲଗେଇଲା କମିଶନରେଟ୍ ପୋଲିସ । କିନ୍ତୁ ପ୍ରଶ୍ନ ଉଠୁଛି କେବେ ସମ୍ପୂର୍ଣ୍ଣ ନିଶା କବଳ ରୁ ରାଜଧାନୀ ମୁକ୍ତ ହେବ । ନିଶା ବେପରି କୁ ତାଡିପାର ପରେ ଅନ୍ୟ ବେପାରୀଙ୍କ ମନରେ ଛନକା । କେତେବେେ ସେମାନଙ୍କୁ ବି ରାଜଧାନୀ ମନା ହେଇପାରେ।

Leave a Reply

Your email address will not be published. Required fields are marked *