Pratidin TV

Odisha's Digital News Platform

(ଭିଡିଓ)କମିଶନରେଟ୍ ପୋଲିସର ଭିନ୍ନ ପ୍ରୟାସ ‘ବସ୍ତି ଚାଲ’ ; ଏଥର ସରକାରୀ ଚାକିରୀ ପାଇବେ ବସ୍ତି ପିଲା , ଏଭଳି ସାହାର୍ଯ୍ୟ କଲା …..

1 min read

ଭୁବନେଶ୍ୱର : ଏଥର ଅବହେଳିତ ହେବେନି ବସ୍ତିପିଲା । ସେମାନେ ବି କରିବେ ନିଜ ସ୍ୱପ୍ନ ପୁରଣ । ବନିବେ ସରକାରୀ ଚାକିରିଆ । ହେବେ ପୋଲିସରେ ଭର୍ତ୍ତି । ସାହାର୍ଯ୍ୟର ହାତ ବଢାଇଲା କମିଶନରେଟ୍ ପୋଲିସ । ପ୍ରାୟ ଦେଢ ବର୍ଷ ହେବ କମିଶନରେଟ୍ ପୋଲିସ ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଥିଲା । ବସ୍ତି ପିଲାମାନଙ୍କୁ ଆଗକୁ ପ୍ରୋତ୍ସାହିତ କରିବ ସହ ତାଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଏହା ଭିନ୍ନ ପ୍ରୟାସ । ଆଗରୁ ପିଲାମନାଙ୍କ କଳା,ଖେଳ ଇତ୍ୟାଦି ଉପରେ ଧ୍ୟାନ ଦିଆଯାଉଥିଲା । କିନ୍ତୁ ଏଥର ପ୍ରଥମ ଥର ପାଇଁ ‘ଦିସା’ ନାମକ ଏକ କୋଚିଙ୍ଗ୍ ସେଣ୍ଟର ଜରିଆରେ ବସ୍ତି ପିଲାଙ୍କୁ ନିଜ ସ୍ୱପ୍ନ ପୂରଣ କରିବାର ଦୀଗ ଦେଖାଇଛି କମିଶନରେଟ୍ ପୋଲିସ । ତାସହ ପିଲାମାନଙ୍କୁ କନଷ୍ଟେବଳ ଚାକିରି ପାଇବା ପାଇଁ ଗାଇଡ୍ ବୁକ୍ ସହ ଫ୍ରି କୋଚିଙ୍ଗ୍ ମଧ୍ୟ ଯୋଗାଉଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ନିଜ ହାତରେ ମଧ୍ୟ ପିଲାମାନଙ୍କୁ ଆଜି ଗାଇଡ୍‌ବୁକ୍ ପ୍ରଦାନ କରିଛନ୍ତିା

Advertisement

Leave a Reply

Your email address will not be published. Required fields are marked *