ଅଜଣା ଶବର ସାଥୀ “ସବୁଜ ଶାଖା ’ ସଂଗଠନ , ସମାଜକୁ ଦେଉଛନ୍ତି ମାବିକତାର ବାର୍ତ୍ତା ..
1 min readମଶାଣୀରେ ଧୁଧୁ ଜଳୁଛି ଯୁଇ ନିଆଁ । ହେଲେ ଜଳି ପୋଡି ପାଉଁଶ ହୋଇଯାଉଥିବା ଏହି ଅଜଣା ଶବଙ୍କ ପାଇଁ ଟୋପେ ଲୁହ ଝରାଇବାକୁ କେହି ନାହିଁ । ଆଉ ଯଦି କେହି ଅଛି ସମୟ ସ୍ରୋତରେ ସେମାନେ ଅସହାୟ । ମଶାଣୀ ଯାଏଁ କାନ୍ଧ ଦେବାକୁ କାହାର ସାହାସ ନାହିଁ । ହେଲେ ଏପରି ଅସମୟରେ ଅସହାୟ ଶବର ବନ୍ଧୁ ପାଲଟିଛନ୍ତି ଅସ୍ତରଙ୍ଗର “ସବୁଜ ଶାଖା ’ ସଂଗଠନ । ଯଦି କାହାର ବାପାମାଆଙ୍କର ଅକାଳ ବିୟୋଗ ହୁଏ, ଆଉ ସେମାନଙ୍କ ପୁଅ ବିଦେଶରେ ଥାଏ କିମ୍ବା ସମ୍ପର୍କୀୟ ମାନେ ନ ଥାନ୍ତି ତେବେ ଏମିତି ଏକ ସଙ୍କଟ ସମୟରେ ସାହାରା ସାଜନ୍ତି ଅସ୍ତରଙ୍ଗ ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ “ସବୁଜ ଶାଖା ” । ଅସହାୟ ପରିବାର ସାମ୍ନାରେ ଦେବଦୂତ ସାଜି ଶବକୁ କାନ୍ଧେଇ ଦାହ ସଂସ୍କାର କରନ୍ତି” ସବୁଜ ଶାଖା ସ୍ୱେଚ୍ଛାସବୀ ସଂଗଠନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଂଚାୟତ ରେ ଗଢିଉଠିଥିବା ଏକ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ସବୁଜ ଶାଖା ” ।
ବେଳେ ବେଳେ ସମୟ ଏମିତି ମୋଡ ନିଏ ଯେତେବେଳେ ମଲାପରେ ବି ଏ ମଣିଷକୁ ନିସ୍ତାର ନଥାଏ । ତାର ମଲାଦେହଟାକୁ ମଶାଣୀ ଯାଏଁ ବୋହି ନେବାକୁ କେହି ନଥାନ୍ତି । ସେଠି ସବୁ ସମ୍ପର୍କ ମୂଲ୍ୟହୀନ । ଯାହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କରୋନା ମହାମାରୀ ସମୟରେ । ଶ୍ମଶାନକୁ ଛୁଟୁଥିଲା ଶବଙ୍କ ସୁଅ । ହେଲେ ମୁଖାଗ୍ନି ଦେବାକୁ କେହି ବି ନଥିଲେ । ଆଉ ଏହି ସମୟରେ ଏହି ଶବଙ୍କ ସାଥୀ ପାଲଟିଥିଲେ “ସବୁଜ ଶାଖା “ସଦସ୍ୟ । ୨୦୨୧ମସିହା ଜାନୁୟାରୀ ୦୧ତାରିଖ ରୁ ଶବ ସତ୍କାର କାର୍ଯ୍ୟ କରୁଥିବା ବେଳେ ଆଜିବି ସବୁଜ ଶାଖା ସଦସ୍ୟ ଙ୍କ ଦ୍ୱାରା ଶହ ଶହ ଶବ ସତ୍କାର ହୋଇସାରିଲାଣି । ସ୍ଥାନୀୟ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ସମସ୍ତେ ଉକ୍ତ ପରିବାର କୁ ସମବେଦନା ଜଣାନ୍ତି, କାନ୍ଦନ୍ତି କିନ୍ତୁ କେହି ଶବ ଛୁଇଁବାକୁ କିମ୍ବା ଶବ ବୋହିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ସବୁଜ ଶାଖା ସଦସ୍ୟ କାନ୍ଦ ବୋବାଳି ଭିତରୁ ହିଁ ଶବ କୁ କାନ୍ଧେଇ ତାର ଶେଷ ସାଥୀ ସାଜିଥାନ୍ତି ।
ତେବେ କୋକେଇ ବାନ୍ଧିବା ଠାରୁ କାଠ ଯୋଗାଡ଼ କରିବା, ଜୁଇ ସଜାଡ଼ିବା ଠାରୁ ଶବଦାହ କରିବା,ଦାହ ସଂସ୍କାର ର ସମସ୍ତ କାର୍ଯ୍ୟ ସବୁଜ ଶାଖାର ସମସ୍ତ ସଦସ୍ୟ ନିଜ ସ୍ୱଳ୍ପ ରୋଜଗାର ର କିଛି ଅର୍ଥ ଆଦାୟ କରି ସମସ୍ତ କାର୍ଯ୍ୟ ଏହି ସଂଗଠର ସଦସ୍ୟ କରିଥାନ୍ତି । ଏହା ଶହ କୌଣସି ଗରିବ ଅସହାୟ ଲୋକ ଙ୍କ ସମସ୍ୟା କିମ୍ବା ଆର୍ôଥକ ପରିସ୍ଥିତି ଯୋଗୁଁ ଚିକିତ୍ସା ପାଇଁ ବଞ୍ଚିତ ଥିଲେ ସହାୟତାର ହାତ ବଢ଼ାଇଥାନ୍ତି ସବୁଜ ଶାଖା ସଦସ୍ୟ । ସ୍ଥାନୀୟ ଅଞ୍ଚଳ କୁ ପ୍ରାକୃତିକ ପରିବେଶକୁ ସ୍ୱଛତା ରଖିବାକୁ ସ୍ମଶାନ ରେ ସଦସ୍ୟ ଙ୍କ ଦ୍ୱାରା ୩ଶହ ଉର୍ଦ୍ଧ ବୃକ୍ଷ ରୋପଣ ଶହ ପ୍ରତି ମାସର ଶେଷ ଗୁରୁବାର ସମସ୍ତ ସଦସ୍ୟ ବଜାର ସଫେଇ ମଧ୍ୟ କରିଥାନ୍ତି । ଏ ନେଇ ସବୁଜ ଶାଖା ଉପଦେଷ୍ଟା ଦିବାକର ଛାଟୋଇ ଓ ସଭାପତି ରମାକାନ୍ତ ବସ୍ତିୟା କୁହନ୍ତି ଏଭଳି ନିଆରା କାର୍ଯ୍ୟକ୍ରମ କରି ସଦସ୍ୟ ମାନେ ଖୁସି ପାଇଥାନ୍ତି ତାହା ଶହ ଅନ୍ୟ ଯୁବକ ମାନଙ୍କୁ ନିଜ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ପ୍ରେରଣା ଯୋଗାଇଥାନ୍ତି । ସତରେ ସେବା ମନୋବୃତ୍ତି ଥିବା ଏହି ସଂଗଠନ ର ସମସ୍ତ ସଦସ୍ୟ ଙ୍କୁ ଶତ ଶତ ସଲାମ।