Pratidin TV

Odisha's Digital News Platform

କର୍ମଚାରୀଙ୍କ ପାଇଁ କମ୍ପାନୀ ଆରମ୍ଭ କଲା ‘ଟିଣ୍ଡର ଲିଭ୍‌’ , ପ୍ରେମରେ ପଡିଲେ ଦିଆଯିବ ଛୁଟି ..

1 min read

ଚାକିରୀ କରୁଥିବା ବ୍ୟକ୍ତି ସର୍ବଦା ବ୍ୟସ୍ତ ରହିଥାଏ ନିଜ ପ୍ରିୟଜନଙ୍କୁ ସମୟ ଦେଇପାରିନଥାନ୍ତି  । କାମ ପ୍ରେସର ଭିତରେ ନିଜ ଜୀବନ ସାଥୀଙ୍କ ସହ  ବୁଲାବୁଲି କରିବା ପାଇଁ ସମୟ ପାଇନଥାନ୍ତି  । ଯାହା ଫଳରେ ସମ୍ପର୍କରେ ଅନେକ ସମୟରେ ଫାଟ ସୃଷ୍ଟି ହୋଇଥାଏ । ହେଲେ ଏବେ ଆଉ ଚିନ୍ତା ନାହିଁ କାରଣ ଗାଲଫ୍ରେଣ୍ଡ କି ବୟଫ୍ରେଣ୍ଡ ଅଛନ୍ତି ତେବେ ତାଙ୍କ ସହ ଡେଟିଂରେ ଯିବାକୁ ଛୁଟି ଦେବ କମ୍ପାନୀ । ଥାଇଲାଣ୍ଡର ଏକ କମ୍ପାନୀ କର୍ମଚାରୀଙ୍କ ଖୁସି ପାଇଁ ଟିଣ୍ଡର ଲିଭ ଆରମ୍ଭ କରିଛି । ଟିଣ୍ଡର ଲିଭରେ ଯେକେହିବି ଜୀବନସାଥୀଙ୍କ ସହ ଡେଟିଂରେ ଯାଇ ପାରିବେ । ଥାଇଲ୍ୟାଣ୍ଡର ମାର୍କେଟିଂ ଏଜେନ୍ସି ହ୍ବାଇଟଲାଇନ ଗ୍ରୁପ ଏହାର କର୍ମଚାରୀଙ୍କ ପାଇଁ ‘ଟିଣ୍ଡର ଲିଭ୍‌’ ଘୋଷଣା କରିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସବୁଠାରୁ ବଡ କଥା ହେଉଛି ଟିଣ୍ଡର ଲିଭ୍‌ରେ ଯଦି ଛୁଟିରେ ଯାଆନ୍ତି ତେବେ ଆପଣଙ୍କ ଦରମା ମଧ୍ୟ କାଟ୍‌ ହେବନି । ପ୍ରିୟ କିମ୍ବା ପ୍ରିୟତମାଙ୍କ ସହ ଛୁଟିରେ ଯାଇ ମନ ଖୁସିରେ ବୁଲିପାରିବେ । ଏହି ଛୁଟିଦିନର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସୁସ୍ଥତା ଏବଂ ଖୁସି ରଖିବା । ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଟିଣ୍ଡର ଛୁଟି ମିଳିବ । କର୍ମଚାରୀମାନେ ଏହି ସମୟ ମଧ୍ୟରେ ଯେକୌଣସି ସମୟରେ ଡେଟିଂ ପାଇଁ ଛୁଟି ନେଇପାରିବେ । ତେବେ କର୍ମଚାରୀମାନେ କେତେ ଦିନ ଛୁଟିରେ ଯାଇପାରିବେ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କମ୍ପାନୀ ଏପରି ପଦକ୍ଷେପ ଆରମ୍ଭ କରିଥିଲା, ​​ଯେତେବେଳେ ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ, କାମ ହେତୁ ସେ ଡେଟିଂ ପାଇଁ ସମୟ ପାଇପାରିନଥିଲେ। କମ୍ପାନୀ ମାଲିକ ଏହି ସମସ୍ୟା ସମାଧାନ ପାଇଁ ‘ଟିଣ୍ଡର ଲିଭ୍‌’ ଆରମ୍ଭ କରିଛନ୍ତି। କମ୍ପାନୀର ମ୍ୟାନେଜର କହିଛନ୍ତି ଯେ, ଯଦି ଆପଣ ପ୍ରେମରେ ପଡନ୍ତି ତେବେ ଜୀବନରେ ସୁଃଖ ବୃଦ୍ଧି ପାଇବ । ଯାହାର ପ୍ରଭାବରେ ଆପଣ ଯେଉଁବି କାମ କରୁଛନ୍ତି ତାହା ଖୁସିର ସହକାରେ କରିପାରିବେ । ଯେତେବେଳେ ଜଣେ କର୍ମଚାରୀ ଡେଟିଂ ପରେ କର୍ମକ୍ଷେତ୍ରକୁ ଆସନ୍ତି, ସେ ଦୁଇଗୁଣ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *