Pratidin TV

Odisha's Digital News Platform

ମହଙ୍ଗା ପଡିଲା ଅଭିନେତ୍ରୀଙ୍କ ନେକଲେସ୍ ପିନ୍ଧା ; ହିନ୍ଧୁ ସଂଗଠନ ଆଣିଲା ଏଭଳି ସଙ୍ଗୀନ ଅଭିଯୋଗ…

1 min read

ନୂଆଦିଲ୍ଲୀ : ବିବାଦରେ ଘେରରେ ଫଶିଲେ ବଲିଉଡ୍ ଅଭିନେତ୍ରୀ । ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନନ୍ନୁଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ତେବେ ତାପସୀଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୋରରେ ଛତ୍ରିପୁର ପୋଲିସ୍ ଥାନାରେ ହିନ୍ଧୁ ଦେବୀ ଦେବତାଙ୍କୁ ଅପମାନ କରିବା ଏବଂ ଅଶ୍ଲୀଳତା ପ୍ରଚାର ନେଇ ଅଭିଯୋଗ ହୋଇଛି ।

ସୂଚାନ ଅନୁଯାୟୀ କିଛି ଦିନ ପୂର୍ବରୁ ତାପସୀ ଲାକ୍‌ମୀ ଫ୍ୟାଶନ୍ ୱିକ୍‌ରେ ରେଡ୍ ଡିପ୍ ନେକଲାଇନ୍ ଡ୍ରେସ୍ ପିନ୍ଧି ରାମ୍ଫ୍ ୱାକ୍ କରିଥିଲେ । ସେ ଏହି ଡ୍ରେସ୍ ସହିତ ଏକ ଭାରୀ ହାର ପିନ୍ଧିଥିଲେ ଯେଉଁଥିରେ ମାଁ ଲକ୍ଷ୍ମୀଙ୍କ ପ୍ରତିମାଥିଲା । ଏଭଳି ଅଙ୍ଗପଦର୍ଶନ ପୋଷାକ ସହ ମାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଥିବା ହାର ପିନ୍ଧିବା ସହ ସେହି ଫଟୋକୁ ନିଜ ଇଷ୍ଟାଗ୍ରାମ ପେଜ୍‌ରେ ସେୟାର କରିବା ଯୋଗୁ ହିନ୍ଧୁ ମାନଙ୍କ ଧାର୍ମିକ ଭାବନା ଆଘାତ୍ ହୋଇଛି ବୋଲି ଦାବି କରିଛନ୍ତି ହିନ୍ଧୁ ସଂଘଠନ । ଏହା ହିନ୍ଧୁ ମାନଙ୍କ ଦେବୀ ଦେବତାଙ୍କ ପ୍ରତି ଅସମ୍ମାନ ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।

Advertisement

ବର୍ତ୍ତମାନ ଏହି ପ୍ରସଙ୍ଗରେ ସୂଚନା ଦେଇ ଛତିପୁରା ପୋଲିସ ଷ୍ଟେସନରେ ଝଐଙ କହିଛନ୍ତି ଯେ ସ୍ଥାନୀୟ ସିନ୍ଦୁ ରକ୍ଷକଙ୍କ ସଂଯୋଜକ ଏକଲବ୍ୟ ସିଂହ ଗୌଡ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଆମେ ଏହାର ଯାଞ୍ଚ କରୁଛୁ । ଏହା ଉପରେ କୌଣସି ପ୍ରକାରର ଏଫଆଇଆର ରୁଜ୍ଜୁ କରିନାହୁଁ । ତଦନ୍ତ ପରେ ହିଁ ଏହା ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ତାପସୀଙ୍କ ତରଫରୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *