Pratidin TV

Odisha's Digital News Platform

ଦୁଇ ସ୍ତ୍ରୀଙ୍କ କଥା ବୁଝୁ ବୁଝୁ ସାଧାରଣ ଲୋକଙ୍କ କଥା ଭୁଲିଗଲେ ପିଇଓ ,ଜିଲ୍ଲାପାଳ ନିକଟରେ ଅଭିଯୋଗ …

1 min read

ବାତ୍ୟା ଦାନା ଆସିଲା ଓ ଚାଲିଗଲା କିନ୍ତୁ ଲୋକ ମାନଙ୍କୁ ଦେଇ ଗଲା ପୁଳା ପୁଳା ଦୁଃଖ ଆଉ ମେଞ୍ଚା ମେଞ୍ଚା ଯନ୍ତ୍ରଣା ! ଏହି ବାତ୍ୟା ଯନ୍ତ୍ରଣା ରେ ଛଟ ପଟ ହେଉଥିବା ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା କୌଣସି ସହାୟତା ମିଳିଲା ନାହିଁ ! ମିଳିଲା କେବଳ ପ୍ରତାରଣା।
ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଜନଗର ବ୍ଲକ କେରୁଆ ପାଳ ପଞ୍ଚାୟତର ଅନନ୍ତ କେଶରୀ ଓ ଗୀରିଆ ପାହି ଗାଁ ଲୋକ ମାନେ।

ସରକାରଙ୍କ ତରଫରୁ ଆସୁଥିବା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟଙ୍କୁ ପିଇଓ ବାହାଦୁର ଟୁଡୁ ଦୁର୍ନୀତି କରୁଥିବା ନେଇ ଆଣିଲେ ଅଭିଯୋଗ। ଖାଦ୍ୟ ତ ଦୂରର କଥା ବାତ୍ୟା ସମୟରେ ପଞ୍ଚାୟତର ପିଇଓ ଙ୍କ ଦର୍ଶନ ନାହିଁ କି ଲୋକ ମାନଙ୍କ ପାଖରେ ପହଞ୍ଚିଲେ ନାହିଁ। ପହଞ୍ଚିବେ ବା କେମିତି କାରଣ ପିଇଓଙ୍କ ଗୋଟିଏ ପଟେ ଘର ବାଲି ଥିଲା ବେଳେ ଅନ୍ୟପଟେ ବାହାର ବାଲି ଅଛନ୍ତି ବୋଲି ଲୋକେ କହିଛନ୍ତି। ବାବୁ ଦୁଇ ଜାଗାରେ ବଡ ବଡ କୋଠା ଘର କରି ଦୁଇ ଗୋଟି ସ୍ତ୍ରୀକୁ ଟାଇମ୍ ଦେବ ନା ପଞ୍ଚାୟତ ବାସୀଙ୍କ ସମସ୍ୟା ବୁଝିବ? ଖାଲି ଏତିକି ନୁହେଁ ଆଜ୍ଞା ବାବୁ ଜଣକ ଦୀର୍ଘ ଦିନର ପିଇଓ ତ? ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଖାଦ୍ୟକୁ ନିଜେ ତଦାରଖ ନ କରି କିଛି କୁଜି ନେତାଙ୍କୁ ଦେଇ ଶୁଖିଲା ଖାଦ୍ୟ ଲୋକ ମାନଙ୍କୁ ଦେଉଥିଲେ ।

Advertisement

ହେଲେ ବାବୁଙ୍କ ଦେଖା ନ ଥିଲା।ତେଣୁ ପିଇଓ ବାହାଦୁର ଟୁଡୁ ଓ ସରପଞ୍ଚ ଗାୟତ୍ରୀ ପରିଡାଙ୍କ ବିରୁଦ୍ଧରେ ଗୀରିଆ ପାହି ଗାଁର ଲୋକ ଜିଲ୍ଲାପାଳ ଓ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କାରଣ ବାତ୍ୟା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଲୋକ ମାନଙ୍କ ପାଖରେ ଛିଡା ନ ହୋଇ ସରକାର ବିରୋଧୀ କାମ କରୁଛନ୍ତି ! ଏମିତି କି ସରକାର ଦେଇଥିବା ଶୁଖିଲା ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଲୋକଙ୍କୁ ନ ଦେଇ ଭୋକ ଓପାସରେ ରଖିଛନ୍ତି, ତେଣୁ ଏହାକୁ ସରକାର ବିଚାର କରି ପିଇଓ ବାହାଦୁର ଟୁଡୁ ଓ ସରପଞ୍ଜ ଗାୟତ୍ରୀ ପରିଡାଙ୍କ ଉପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *