Pratidin TV

Odisha's Digital News Platform

୩ଦିନ ପର୍ଯ୍ୟନ୍ତ ୟୁପିଏସି ପାଇ ଘରେ କରୁଥିଲେ ପାର୍ଟି , ସତ ସାମ୍ନାକୁ ଆସିବା ପରେ ଉଡିଗଲା ପୁରା ପରିବାରର ହୋସ୍ ..

1 min read

ତିନିଦିନ ଯାଏ ଭାବିଥିଲେ ଏବେ ତାଙ୍କର ସ୍ୱପ୍ନ ପୁରଣ ହୋଇଗଲା । ୟୁପିଏସି ପାଇ ସେ ହୋଇଗଲେ ଆଇଏସ୍ ଅଫିସର । ପରିବାର ଲୋକବି ଝିଅର ସଫଳତା ରେ ବେଶ୍ ଖୁସିଥିଲେ । ଘରେ ଚାଲିଥିଲା ଉତ୍ସବ । ସବୁ ଆଡୁ ଛୁଟୁଥିଲା ଶୁଭେଚ୍ଛାର ସୁଅ । ହେଲେ ତିନିଦିନ ପରେ ସବୁ କିଛି ବଦଳିଗଲା ସବୁଖୁସି ମଉଳିଗଲା ଆଇଏସ୍ ଅଫିସରରୁ ସିଧା ହୋଇଗଲେ ସାଧାରଣ ମଣିଷ । କାରଣ ସେ ଅନ୍ୟର ଫଳାଫଳକୁ ଦେଖି ନିଜେ ଖୁସି ହେଉଥିଲେ । ଆଉ ଉତ୍ସବ ମନାଉଥିଲେ । କାରଣ ୟୁପିଏସି ପରୀକ୍ଷାଫଳରେ ଦେଖାଦେଇଥିଲା ବିଭ୍ରାନ୍ତ , ଯେଉଁଥି ପାଇଁ ଜଣେ ପାଇଥିଲା ୟୁପିଏସି ହେଲେ ଆଉ ଜଣଙ୍କ ଘରେ ମନାଇଥିଲେ ଉତ୍ସବ ।

ସୂଚନାନୁଯାୟୀ ଗତ ମଙ୍ଗଳବାର ପ୍ରକାଶ ପାଇଛି କେନ୍ଦ୍ରିୟ ଜନସେବା ଆୟୋଗ ୟୁପିଏସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ର ଫଳାଫଳ । ତେବେ ସେଥିରେ ୪୭୦ ର‌୍ୟାଙ୍କ ହାସଲ କରିଥିବା ଛାତ୍ରୀଙ୍କ ନାମକୁ ନେଇ ହୋଇଥିଲା ବିଭ୍ରାଟ । ରିପୋର୍ଟ ଅନୁଯାୟୀ ରାଜସ୍ଥାନର ମାର୍ବଲ ସହର କିଶାନଗଡ ର ଝିଅ ରିତୁ ଯାଦବ ଙ୍କକ୍ଟ୍ରଗ୍ଦମ ପାସ କରିଥିଲେ । ତିନିଦିନ ପର୍ଯ୍ୟନ୍ତ ତାଙ୍କଘରେ ଉତ୍ସବ ଲାଗି ରହିଥିଲା , ଏହା ପରେ ସାମ୍ନାକୁ ଆସିଥିଲା ବାସ୍ତବତା । କାରଣ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶର ପ୍ରୀତିପୁର ନିବାସୀ ସମାନ ନାମଧାରୀ ଏହି ସଫଳତା ପାଇଛନ୍ତି । ଭୁଲଟି ଘଟିଥିଲା କାରଣ ପ୍ରାର୍ଥୀଙ୍କ ନାମ ସାମ୍ନାରେ ପିତାଙ୍କ ନାମ ନଥିଲା । କିଶାନଗର ବାସିନ୍ଦା ରିତୁ ଯାଦବ ବର୍ତ୍ତମାନ ପାଲିର ବାଳିକା ମହାବିଦ୍ୟାଳୟରେ ହିନ୍ଦୀ ପ୍ରଫେସର ଅଛନ୍ତି । ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ରିତୁ ସଫଳତା ହାସଲ କରିଛନ୍ତି । ସେ ୨୦୨୧ ମସିହାରେ RAS ରେ ମନୋନୀତ ହୋଇଥିଲେ ଏବଂ ଖୁବ୍ ଶୀଘ୍ର ସେ SDM ପଦରେ ଯୋଗଦେବାକୁ ଯାଉଛନ୍ତି । ଭବିଷ୍ୟତରେ ମଧ୍ୟ IAS ପାଇଁ ସେ ଉଦ୍ୟମ ଜାରି ରଖିବେ ବୋଲି ରିତୁଙ୍କ ପରିବାର କହିଛନ୍ତି ।

Advertisement

ବାସ୍ତବରେ, UPSC ଦ୍ୱାରା ଘୋଷିତ ଫଳାଫଳରେ, ୧୦୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଫଳାଫଳ ତାଲିକାରେ କେବଳ ଗୋଟିଏ ରିତୁ ଯାଦବଙ୍କ ନାମ ୪୭୦ ତମ ସ୍ଥାନରେ ଥିଲା କିନ୍ତୁ ତାଙ୍କ ପିତାଙ୍କ ନାମ ଏହି ତାଲିକାରେ ନଥିଲା । ସେଥିପାଇଁ ଏହି ଭୁଲ ହୋଇଥିଲା । କିଶାନଗଡର ବାସିନ୍ଦା ରିତୁ ଯାଦବ ରୋଲ ନମ୍ବର ପ୍ରତି ଧ୍ୟାନ ଦେଇନଥିଲେ, । କାରଣ ଅଲଗା ରାଜ୍ୟରେ ଅଲଗା କୋଡ଼ ରହିଥାଏ , ଯାହାକୁ ଧ୍ୟାନ ଦେଇନଥିଲେ ରାଜସ୍ଥାନ ର ପ୍ରୀତି ଯାଦବ ଯେଉଁଥି ପାଇଁ ଏପରି ହୋଇଥିଲା । ପରୀକ୍ଷା ଫଳ ଜାଣିବା ପରେ ୟୁପିଏସି କୃତକାର୍ଯ୍ୟ ଶୁଣିବା ପରେ ଏବେ ମଧ୍ୟପ୍ରଦେଶ ଋତୁଙ୍କ ଘରେ ଉତ୍ସବ ପାଳୁଛନ୍ତି ।

Leave a Reply

Your email address will not be published. Required fields are marked *