Pratidin TV

Odisha's Digital News Platform

ଗୃହକୁ ଅବମାନନା କରି ପୁଣି ଲୋକସଭାରୁ ନିଲମ୍ବିତ ହେଲେ ଆଉ ୩ ଜଣ ସାଂସଦ…

1 min read

ପୁଣି ଲୋକସଭା ରୁ ନିଲମ୍ବିତ ହେଲେ ଆଉ ୩ ଜଣ ସାଂସଦ । ଲୋକସଭା ବାଚସ୍ପତି ଗୃହକୁ ଅବମାନନା କରି ଶୀତକାଳୀନ ଅଧିବେଶନରୁ କଂଗ୍ରେସ ସାଂସଦ ନାକୁଲ ନାଥ, ଡି.କେ ସୁରେଶ ଏବଂ ଦୀପକ ବାଇଜଙ୍କୁ ନିଲମ୍ବିତ ହୋଇଛନ୍ତିି । ଗତ ୧୪ ଡିସେମ୍ବରରୁ ଆରମ୍ଭ ହୋଇଥିବା ସାଂସଦ ନିଲମ୍ବିତ ସଂଖ୍ୟା ମୋଟ ୧୪୬ ଛୁଇଁଛି । ଏଥିମଧ୍ୟରୁ ୧୦୦ ଜଣ ସାଂସଦ ଲୋକସଭାର । ତେବେ ପ୍ରଶ୍ନ ଘଣ୍ଟା ଶେଷ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ ବିର୍ଲା ତିନିଜଣ ସାଂସଦଙ୍କ ନାମ ନେଇ କହିଥିଲେ ଯେ ଆପଣ ବାରମ୍ବାର ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି ଏବଂ ପ୍ଲାକାର୍ଡ ଦେଖାଉଛନ୍ତି, ସ୍ଲୋଗାନ ଦେଉଛନ୍ତି ଏବଂ କାଗଜପତ୍ର ଚିରିଛନ୍ତି ଏବଂ ଲୋକସଭା କର୍ମଚାରୀଙ୍କ ଉପରେ ପକାଉଛନ୍ତି । ତେଣୁ ସବୁ ଗୃହର ଶୃଙ୍ଖଳା ବିରୁଦ୍ଧରେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ କୈାଣସି ସଦସ୍ୟଙ୍କୁ ମୁ ବିନା କାରଣରେ ନିଲମ୍ବିତ କରୁନାହିଁ । ବରଂ ଲୋକମାନେ ଆପଣଙ୍କୁ ମନୋନୀତ କରିଛନ୍ତି ବୋଲି । ଏଠାରେ ଆଲୋଚନା କରିବା ଏବଂ ମତାମତ ପ୍ରକାଶ କରିବାର ଅଧିକାର ଆପଣଙ୍କକର ଅଛି । ଆପଣମାନେ ନିଜ ଆସନକୁ ଯାଅନ୍ତୁ , ମୁଁ ଶୂନ ଘଣ୍ଟା ମଧ୍ୟରେ ଆପଣଙ୍କ ମତାମତ ଉପସ୍ଥାପନ କରିବାକୁ ଏକ ସୁଯୋଗ ଦେବି ।

ସୂଚନା ଅନୁସାରେ ଗତ ଡିସେମ୍ବର ୧୩ ତାରିଖରେ ସଂସଦରେ ସ୍ମୋକ ଆଟାକ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ତେବେ ପରଦିନ ସାଂସଦମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତ୍ତି ମାଗିବା ପରେ ଡିସେମ୍ବର ୧୪ ରୁ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୃହକୁ ଅବମାନନା ମାମଲାରେ ପ୍ରଥମେ ୧୩ ଜଣ ବିରୋଧୀ ସଦସ୍ୟ , ଡିସେମ୍ବର ୧୮ରେ ୩୩ ଜଣ ସାଂସଦ, ଡିସେମ୍ବର ୧୯ରେ ୪୯ ସାଂସଦ ଏବଂ ୨୦ ଡିସେମ୍ବରରେ ୨ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏଥି ସହିତ, ୧୪ ସାଂସଦଙ୍କୁ ୧୪ ଡିସେମ୍ବର ଏବଂ ୪୫ ଡିସେମ୍ବରରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *