Pratidin TV

Odisha's Digital News Platform

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା , ନିମାପଡାରୁ ସୁରଙ୍କ ବଡ ପୁଅକୁ ଦେଲା ଟିକେଟ..

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ୩ ଟି ଲୋକସଭା ୧୩ ଟି ବିଧାନସଭା ପ୍ରାର୍ଥୀ ମୋଟ ୧୬ଟି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ।ସମ୍ବଲପୁର, ଆସିକା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି ।

କେନ୍ଦୁଝର ପାଇଁ ଦଳ ପୂର୍ବରୁ ମୋହନ ହେମ୍ବ୍ରମଙ୍କ ନାଁ ଘୋଷଣା କରିଥିଲା । ତେବେ ଏହି ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ମୋହନ ହେମ୍ବ୍ରମଙ୍କ ବଦଳରେ ବିନୋଦ ନାଏକଙ୍କୁ ପ୍ରାର୍ଥୀ କରିଛି । ସମ୍ବଲପୁର ଲୋକସଭା ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ଛିଡ଼ା କରିଛି ।

ସବୁଠୁ ବଡ କଥା ହେଲା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଟିକେଟ ଦେଇ ନିମାପଡା ରୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହା ସହିତ ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୂଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସାହୁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ ଏବଂ ଗୋପାଳପୁରରୁ ଶ୍ୟାମ ସୁନ୍ଦର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

ତେବେ କଂଗ୍ରେସ ସୁର ରାଉତରାୟଙ୍କୁ ୬ ପାଇଁ ବହିଷ୍କୃତ କରିଥିବା ତାଙ୍କ ବଡପୁଅକୁ ଟିକେଟ ଦେଇଛି । ଏପଟେ ସାନ ପୁଅ ବିଜେଡିର ଭୁବନେଶ୍ୱର ପ୍ରାର୍ଥୀ ବଡପୁଅ କଂଗ୍ରେସର ନିମାପଡାର ପ୍ରାର୍ଥୀ । ଏବେ କାହା ସପକ୍ଷରେ ସୁର ନିର୍ବାଚନ ପ୍ରଚାର କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *