କଙ୍ଗନା ରଣୱାତଙ୍କ ବିରୋଧରେ ମଣ୍ଡିରୁ ନିର୍ବାଚନ ଲଢିବେ ବିକ୍ରମାଦିତ୍ୟ, ମାଆ ପ୍ରତିଭା ସିଂଙ୍କ ଘୋଷଣା
1 min readକଙ୍ଗନାଙ୍କ ସହ ଲଢ଼ିବେ ଯୁବ ନେତା ବିକ୍ରିମାଦିତ୍ୟ ସିଂ | ତେବେ ଲୋକସଭା ନିର୍ବାଚନରେ କଙ୍ଗନାଙ୍କ ବିରୁଦ୍ଧରେ ହିମାଚଳ ପ୍ରଦେଶର ଆଗ ଧାଡ଼ିର ଯୁବ ନେତା ବିକ୍ରିମାଦିତ୍ୟ ସିଂଙ୍କ ହେବ ଲଢେ଼ଇ | ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧକ୍ଷ ପ୍ରତିଭା ସିଂ କରିଛନ୍ତି ଘୋଷଣା | ତେବେ ଦଳ ପକ୍ଷରୁ ଏନେଇ କୌଣସି ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ | କିନ୍ତୁ ବିକ୍ରିମାଦିତ୍ୟଙ୍କୁ ମଣ୍ଡିରୁ ଲୋକସଭା ପାର୍ଥୀ ହେବା ନେଇ ଘୋଷଣା କରିସାରିଛନ୍ତି ପ୍ରତିଭା ସିଂ | ତେବେ ଏହି ଘୋଷଣା ପରେ ବିକ୍ରିମାଦିତ୍ୟ ସିଂଙ୍କ ଟକ୍କର ବଲିଉଡ କୁଇନ କଙ୍ଗନାଙ୍କ ସହ ହେବାକୁ ଯାଉଛି |
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏନେଇ ପୂର୍ବରୁ ସଂକେତ ଦେଇଛନ୍ତି। ସେ କହିଥିଲେ କି, ‘ ଖୁବ ଶୀଘ୍ର ମଣ୍ଡି ଆସନରୁ ଆମକୁ ଜଣେ ଯୁବ ନେତା ଲଢ଼ିବାକୁ ଯାଉଛନ୍ତି ।’ ସେହିପରି ପ୍ରତିଭା ସିଂ କହିଛନ୍ତି ମଣ୍ଡିରୁ ବିକ୍ରିମାଦିତ୍ୟ ସିଂ ସଶକ୍ତିଭାବେ ପାର୍ଥୀ ହେବେ | କଙ୍ଗନା କ’ଣ କରୁଛନ୍ତି କିମ୍ବା କ’ଣ କହୁଛନ୍ତି, ସେଥିପ୍ରତି ଆମେ ଗୁରୁତ୍ୱ ଦେଉନାହୁଁ। ମଣ୍ଡିର ଜନତା ସର୍ବଦା ଆମ ସହିତ ଅଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ସେଥିରରେ ସେ ଏହି ନିର୍ବାଚନ ଜିତିଛନ୍ତି ବୋଲି ପ୍ରତିଭା ସିଂ କହିଛନ୍ତି ।ତେବେ ପ୍ରଦେଶ ଅଧକ୍ଷ ତଥା ବିକ୍ରିମାଦିତ୍ୟଙ୍କ ମା ପ୍ରତିଭା ସିଂ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋହ୍ନ କରିଦେଇଥଲେ | ଏଥର ତାଙ୍କ ସ୍ଥାନରେ ତାଙ୍କ ପୁଅ ବିକ୍ରିମାଦିତ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି | ବିକ୍ରିମାଦିତ୍ୟ ଲୋକସଭା ନିର୍ବାଚନରେ ପାର୍ଥୀ ହେଲେ ଦଳ ମଧ୍ୟରେ ଥିବା କନ୍ଦଳ ମଧ୍ୟ ଅନ୍ତ ଘଟିପାରେ | ତେବେ ଏହାପରେ ସତ୍ତ୍ୱେ କଙ୍ଗନାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବିକ୍ରିମାଦିତ୍ୟ ସିଂ |