ୱାୟନାଡରେ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି
1 min readଆଜିଠାରୁ ଆରମ୍ଭ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଚାର | କେରଳ ୱାୟନାଡରେ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି। ୟୁଡିଏଫର ମିଳିତ ପ୍ରାର୍ଥୀ ପ୍ରିୟଙ୍କାଙ୍କ ଲାଗି ଏକାଠି ହୋଇଛନ୍ତି କଂଗ୍ରେସର ହେଭିୱେଟ। ଗତ ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ଏଥିରେ ସାମିଲ ହୋଇଥିଲେ ଭାଇ ରାହୁଲ ଗାନ୍ଧି, ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷା ସୋନିଆ ଗାନ୍ଧି।
ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ ବ୍ୟତୀତ ରାଏବରେଲିରୁ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରୁ ନିର୍ବାଚନ ଜିତିବା ପରେ ସେ ୱାୟନାଡ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହି ଆସନରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ। ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ବିପକ୍ଷରେ ବିଜେପି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ବାମପନ୍ଥୀ ମେଣ୍ଟ ଏଲଡିଏଫ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ କରିଛି। ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନ ସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ସେ ବି ଜଣେ ଚାଷୀ ନେତା । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ନଭେମ୍ବର ୧୩ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ |