Pratidin TV

Odisha's Digital News Platform

ସେଲ୍ଫ ଆଇସୋଲେସନରେ ସୋନିଆ ଗାନ୍ଧୀ: ଇଡି ଜେରା ପୂର୍ବରୁ କୋଭିଡ ସଂକ୍ରମଣ

1 min read

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ । ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ମୁଖ୍ୟ । ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ନିକଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ଏହା ପୂର୍ବରୁ ଆଜି କଂଗ୍ରେସର ଅନ୍ତରୀଣ ମୁଖ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ହୋଇଥିବା ନେଇ ସୋନିଆ ସୂଚନା ଦେବା ସହିତ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ସମନ କରାଯାଇଥିଲା । ଅର୍ଥ ହେରଫେର ମାମଲାରେ କଂଗ୍ରେସର ଏହି ଦୁଇ ଶୀର୍ଷସ୍ତରୀୟ ନେତାଙ୍କୁ ସମନ କରାଯାଇଛି । ୨୦୧୫ରୁ ଏହି ମାମଲାର ତଦନ୍ତ ବନ୍ଦ ରଖାଯାଇଥିଲା । ତେବେ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ୯ ଦିନିଆ ଇଡି ହେପାଜତ ପଠାଯିବା ପରେ ପୁଣି ଥରେ ଏହି ମାମଲାକୁ ଖୋଲା ଯାଇଛି ।

Advertisement

Leave a Reply

Your email address will not be published. Required fields are marked *