Pratidin TV

Odisha's Digital News Platform

ଝାରସୁଗୁଡା ଉପ-ନିର୍ବାଚନ : ତରୁଣ ପାଣ୍ଡେଙ୍କ ନାଁରେ ଲାଗିଲା କଂଗ୍ରେସ ମୋହର

1 min read

ଝାରସୁଗୁଡା : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ଆଜି ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ।

ତେବେ ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସରେ ଝାରସୁଗୁଡାରୁ ବିଧାୟକ ରହିଆସିଛନ୍ତି । ଅନ୍ୟପଟେ ବିଜେଡି ସ୍ୱର୍ଗତ ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରର୍ଥୀ ମନୋନୀତ କରିଛି । ସେହିଭଳି ବିଜେପି ବର୍ତ୍ତମାନ ସୁଦ୍ଧା ନିଜର ପ୍ରର୍ଥୀ ଘୋଷଣା କରିନାହିଁ ।

Advertisement

Leave a Reply

Your email address will not be published. Required fields are marked *