Pratidin TV

Odisha's Digital News Platform

କଂଗ୍ରେସରୁ ଆଉଟ୍ ହେଲେ ସୁର ରାଉତରାୟ ..

ପୁଅ ପାଇଁ ଅଡୁଆରେ ପଡିଲେ ସୁର । ରାଜନୀତି ,ଆଉ ପରିବାର ଭିତରେ ବଳିପଡିଗଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । କଂଗ୍ରେସରୁ ସୁରଙ୍କୁ କରାଗଲା ବହିଷ୍କୃତ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ ବହିଷ୍କୃତ କରାଯାଇଛି । ପୁଅ ମନ୍ମଥ ପାଇଁ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା ।କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡି ଯୋଗ ଦେଇଥିଲେ । ଏହାପରେ ବିଜେଡି ତାଙ୍କୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କରିଛି ।

ଏନେଇ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ସେ କହିଥିଲେ, ‘ପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିବାରୁ ମୋତେ ଏହା ଆଘାତ ଦେଇଛି । ତେଣୁ ମୁଁ ଦଳର ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରୁଛି । କିନ୍ତୁ କଂଗ୍ରେସରେ ରହିବା ସହ ମୋର ସମସ୍ତ ଭୋଟ କଂଗ୍ରେସକୁ ହିଁ ଦେବି’ । କିନ୍ତୁ ପରେ ସୁର ରାଉତରାୟ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୁରଙ୍କ ଏଭଳି ଭିଡିଓକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ , ସେ ଯିଏ ହୁଅନ୍ତୁନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏନେଇ କାର୍ଯ୍ୟନୁଷ୍ଠାନୁ ଗ୍ରହଣ କରାଯାଇ ତାଙ୍କୁ ଦଳରୁ ବିଦା କରାଯାଇଛି ।

Leave a Reply

Your email address will not be published. Required fields are marked *