Pratidin TV

Odisha's Digital News Platform

କଂଗ୍ରେସ ନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ଯୌତୁକ ନିର୍ଯାତନା । ୬ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ….

1 min read

କେନ୍ଦ୍ରାପଡା ; ବିଧାୟିକା ପ୍ରାର୍ଥୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ । କେନ୍ଦ୍ରାପଡା ଆଳି ବିଧାନସଭା ରୁ ଗଲା ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ଶାଶୂଘର ଲୋକେ ୫୦ ଲକ୍ଷ ଟଙ୍କା ଯୌତୁକ ଦାବିକରି ଦେବସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ପରେ ପୁଲିସ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି।

ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ଙ୍କ ୧୪ ଡିସେମ୍ବର ୨୦୨୨ ରେ କଟକ ବକ୍ସିବଜାର ପେଟିନ୍ ସାହିର ବାସିନ୍ଦା ଅମରେନ୍ଦ୍ର ପ୍ରସାଦ ରାୟଙ୍କ ବଡ ପୁଅ ଡାକ୍ତର ରାହୁଲ ପ୍ରସାଦ ରାୟଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଶାଶୁଘର କଟକ ସ୍ଥିତ ବକ୍ସିବଜାର ପେଟିନ ସାହି ଶାନ୍ତି କୁଟୀର ନିବାସୀରେ ରହୁଥିଲେ। ହେଲେ ବିବାହର ୨୫ଦିନ ପରେ ସ୍ୱାମୀ, ଶଶୁର, ଶାଶୁ, ଦିଅର, ପିଉସା ଶଶୁର ଓ ପିଉସୀ ଶାଶୁ ସମସ୍ତେ ମିଶି ତାଙ୍କୁ ଅଧିକ ଯୌତୁକ ଆଣିବାକୁ କହି ନିର୍ଯାତନା ଦେବା ଆରମ୍ଭ କରିଥିଲେ।

Advertisement

ଦେବସ୍ମିତା ତାଙ୍କ ବାପାଙ୍କଠୁ ୫୦ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ପରିବାର ଲୋକେ । କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହିତ ମଦ ପିଇବାକୁ ବାଧ୍ୟ କରୁଥିଲେ। ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ ଦିଆଯାଉଥିଲା । ଦେବସ୍ମିତାଙ୍କ ଅଭିଯୋଗ ଅନୁଯାୟୀ ୨୫ ଅକ୍ଟୋବର ୨୦୨୩ ତାରିଖ ରାତିରେ ର।ହୁଲ ତାଙ୍କ ମୁହଁରେ ତକିଆ ପକାଇ ମାଡି ବସିଥିଲେ । ପରେ ପରେ ଏସବୁ ବଢିବାରୁ ଶେଷରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ଦେବସ୍ମିତା । ତେବେ ଅଭିଯୋଗ ପରେ ଆଳି ଥାନା ପୋଲିସ ୬ ଅଭିଯୁକ୍ତଙ୍କ ନାଁରେ କେସ୍ ନମ୍ବର (୬୨୪/୨୦୨୪) ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *