Pratidin TV

Odisha's Digital News Platform

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ….

1 min read

ଆଜି ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ |ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆଜି ଓଡ଼ିଶାର ସୁନ୍ଦରଗଡରେ ପହଞ୍ଚିବେ ରାହୁଲ ଗାନ୍ଧୀ | ନ୍ୟାୟ ଯାତ୍ରାରେ ରାଉରକେଲା, ସୁନ୍ଦରଗଡ଼ା, ଝାରସୁଗୁଡ଼ାରେ ପଦଯାତ୍ରା ଯିବା ରାହୁଲ। ତିନିରୁ ଚାରିଟି ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ । ରାହୁଲ ଗାନ୍ଧୀଙ୍କ ଆଗମନରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ରାଜ୍ୟ କଂଗ୍ରେସ ।ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ମଧ୍ୟ କରିବେ ରାହୁଲ ।

ରାହୁଲ ଗାନ୍ଧୀ ଓଡ଼ିଶାରେ ଓଡ଼ିଶାରେ ୩ ଦିନ ରହି ପାଖ ପାଖି ୨୦୦ କିଲୋମିଟର ଯାତ୍ରା କରିବେ | ୬ ଓ ୭ ତାରିଖ ଦିନ ରାହୁଲ ଗାନ୍ଧୀ ସୁନ୍ଦରଗଡରେ ରହି କାର୍ଯ୍ୟକ୍ରମରେ ସାମିଲ ରହିବେ | ଆଜି ଅପରାହ୍ନ ୨ଟା ୩୦ରେ ଝାଡଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରିବ ରାଜ୍ୟ କଂଗ୍ରେସ ।ରାହୁଲଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ରାଜ୍ୟ କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ପ୍ରୟାସ ଆରମ୍ଭ କରିଛି ।ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ ।

Leave a Reply

Your email address will not be published. Required fields are marked *