Pratidin TV

Odisha's Digital News Platform

ଓଡ଼ିଶାରେ ରାହୁଲଙ୍କ ପଦଯାତ୍ରା, ଜଣାନ୍ତୁ କେଉଁ କେଉଁ ଜାଗରେ କରିବେ ଯାତ୍ରା…..

1 min read

ଆଜି ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ |ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆଜି ଓଡ଼ିଶାର ସୁନ୍ଦରଗଡରେ ପହଞ୍ଚିବେ ରାହୁଲ ଗାନ୍ଧୀ | ନ୍ୟାୟ ଯାତ୍ରାରେ ରାଉରକେଲା, ସୁନ୍ଦରଗଡ଼ା, ଝାରସୁଗୁଡ଼ାରେ ପଦଯାତ୍ରା ଯିବା ରାହୁଲ। ତିନିରୁ ଚାରିଟି ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ । ରାହୁଲ ଗାନ୍ଧୀଙ୍କ ଆଗମନରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ରାଜ୍ୟ କଂଗ୍ରେସ ।ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ମଧ୍ୟ କରିବେ ରାହୁଲ ।

ରାହୁଲ ଗାନ୍ଧୀ ଓଡ଼ିଶାରେ ୩ ଦିନ ରହି ପାଖ ପାଖି ୨୦୦ କିଲୋମିଟର ଯାତ୍ରା କରିବେ | ୬ ଓ ୭ ତାରିଖ ଦିନ ରାହୁଲ ଗାନ୍ଧୀ ସୁନ୍ଦରଗଡରେ ରହି କାର୍ଯ୍ୟକ୍ରମରେ ସାମିଲ ରହିବେ | ଆଜି ଅପରାହ୍ନ ୨ଟା ୩୦ରେ ଝାଡଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରିବ ରାଜ୍ୟ କଂଗ୍ରେସ ।ରାହୁଲଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ରାଜ୍ୟ କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ପ୍ରୟାସ ଆରମ୍ଭ କରିଛି ।ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ ।

Advertisement

ସେଠାରୁ ରାହୁଲ ୧୧ କିଲୋମିଟର ଦୂର ଯାତ୍ରା କରିବା ପରେ ରାତିରେ ରାମପାଲର ବିଜାବାହାଲଠାରେ ରହିବେ । ବୁଧବାର ସକାଳ ୯ଟା ୩୦ରେ ରାଉରକେଲା ଉଦିତ ନଗର ଏସ୍‌ପି ଅଫିସ ନିକଟରୁ ପୁଣି ଆରମ୍ଭ ହେବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ସେଠାରୁ ପ୍ରାୟ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକରେ ରାହୁଲ ଗାନ୍ଧି ଜନସଭାକୁ ସମ୍ବୋଧିତ କରିବେ ।ପରେ ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡ଼ିଆରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ। ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ କରିବେ। ବାଟରେ କୁତ୍ରା, ବାରଗାଁଠାରେ ରାହୁଲ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ଅପରାହ୍ନ ସାଢ଼େ ୪ରେ ରାହୁଲ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ପହଞ୍ଚିବେ । ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଆଗକୁ ଚାଲିବ । ରାତିରେ ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧି ରହିବେ ।ପରେ ୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ା ସହର ଦେଇ ପଦଯାତ୍ରା ପହଞ୍ଚିବ ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ । ରେଇମାଳଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣ ୨ଟାରୁ ପୁଣି ଆରମ୍ଭ ହେବ ପଦଯାତ୍ରା । ଝାରସୁଗୁଡ଼ାର କନକତୋରା ଦେଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଞ୍ଚିବ।ଏହି ପରି ରହିଛି ରାହୁଲଙ୍କର ପଦଯାତ୍ରା | ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ ।

Leave a Reply

Your email address will not be published. Required fields are marked *