Pratidin TV

Odisha's Digital News Platform

ଶୁକ୍ରବାର କୋର୍ଟରେ ହାଜର ହେଲେନି ,ଏବେ ତଣ୍ଡ ଗଣିବେ କଟକ-ବାରବାଟୀ ବିଧାୟକ

1 min read

କଟକ : ତଣ୍ଡ ଗଣିବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସେ ପୂଣି ୧୦ ହଜାର ଟଙ୍କା । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶୁକ୍ରବାର ଦିନ ସାକ୍ଷ୍ୟ ଗ୍ରହଣ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ହାଜର ହୋଇନଥିଲେ ମହମ୍ମଦ ମୋକିମ । ଓଲଟା କୋର୍ଟ କୁ ସେ ସମୟ ମାଗିଲେ । ସମୟ ଅପଚୟ ହେଉଥିବାରୁ ମୋକିମଙ୍କୁ ୧୦ ହଜାର ଟଙ୍କା ଫାଇନ କଲେ କୋର୍ଟ । ଏହି ଫାଇନ ରାଶି ହାଇକୋର୍ଟ ୱେଲ୍ ଫେୟର ଫଣ୍ଡ କୁ ଦେବେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ । ୨୦୧୯ ନିର୍ବାଚନ ରେ ମୋକିମ୍ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା କୋର୍ଟରେ ମାମଲା କରିଥିଲେ ଦେବାଶିଷ ସାମନ୍ତରାୟ । ଏନେଇ ଦେବାଶିଷ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏବଂ ସେହି କ୍ରମରେ ଆଜି ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ସମୟ ନେବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *