Pratidin TV

Odisha's Digital News Platform

ବାଜିମାରିନେଲା ବିଜେପି, ଏବେ ମୁହଁ କଳା କରିବେ ଫୁଲ୍ ସିଂହ ବରେୟା…

1 min read

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୫୦ରୁ ଅଧିକ ଆସନ ଜିତିଲେ ନିଜ ମୁହଁ କଳା କରିବେ ବୋଲି କହିଥିଲେ କଂଗ୍ରେସ ନେତା ଫୁଲ୍ ସିଂହ ବରେୟା । ଆଉ ଏବେ ସେ ତାଙ୍କର ସେହି ପ୍ରତିଜ୍ଞା ପାଳନ କରିବେ ବୋଲି କହିଛନ୍ତି । ଦତିଆ ଜିଲ୍ଲାର ଭାଣ୍ଡେର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିବା ଫୁଲ୍ ସିଂହ ବରେୟା କହିଛନ୍ତି ଯେ ଡିସେମ୍ବର ୭ ତାରିଖ ଅପରାହ୍ନ ୨ଟା ବେଳେ ସେ ରାଜ ଭବନ ସମ୍ମୁଖରେ ନିଜ ମୁହଁ କଳା କରିବେ । ସେ ଯାହା କହନ୍ତି, ତାହା କରନ୍ତି ବୋଲି କହିଛନ୍ତି ।ନିର୍ବାଚନରେ ଇଭିଏମ୍ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ଫୁଲ୍ ସିଂହ ବରେୟା । ସେ କହିଛନ୍ତି, ବାଲଟ୍ ପେର ଗଣତି ଚାଲିଥିବା ବେଳେ କଂଗ୍ରେସ ଆଗରେ ରହିଥିଲେ । କିନ୍ତୁ ଇଭିଏମ୍ ଗଣତି ଆରମ୍ଭ ହେବା ପରଠୁ ବିଜେପି ଆଗରେ ରହିଲା । କଂଗ୍ରେସ ଏଥର ନିଶ୍ଚିତ ଜିତିବ ବୋଲି ଆଶା କରିଥିଲେ ଫୁଲ୍ ସିଂହ ବରେୟା । କିନ୍ତୁ ଦଳ ମାତ୍ର ୬୬ଟି ଆସନ ଜିତିବାକୁ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *