Pratidin TV

Odisha's Digital News Platform

(ଭିଡିଓ)ଆଖି ବୁଜିଲେ ସାଂସଦ ସନ୍ତୋଖ ସିଂହ : ଭାରତ ଯୋଡ ଯାତ୍ରାରେ ଚାଲୁ ଚାଲୁ ହଠାତ୍ ଏଭଳି ହେଲା ମୃତ୍ୟୁ

1 min read

ଚଣ୍ଡିଗଡ : ଆଖି ବୁଜିଲେ କଂଗ୍ରେସ ସାସଂଦ ସନ୍ତୋଖ ସିଂହ ଚୌଧୁରୀ । ଆଜି ସକାଳେ ଭାତର ଯୋଡର ପଦ ଯାତ୍ରାରେ ହୋଇଥିଲେ ସାମିଲ । ଚାଲୁ ଚାଲୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେଠାରୁ ତାଙ୍କୁ ତୁରନ୍ତ ଫଗୱାଡା ୱିର୍କ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ ଆଜି ସକାଳେ କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ସହ ସନ୍ତୋଖ ସିଂହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହ ପଦ ଯାତ୍ରା କରିବା ବେଳେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୂ ଘୋଷଣା କରିଥିଲେ । ଏହାସହ ତାଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି ।
ତେବେ ଏହି ଖବର ପାଇବା ପରେ ରାହୁଲ ଗାନ୍ଧି ତୁରନ୍ତ ଭାରତ ଯୋଡ ଯାତ୍ରାକୁ ଅଟକାଇ ହସ୍ପିଟାଲରେ ପହଞ୍ଚିଥିଲେ । ଏନେଇ ପୁରା କଂଗ୍ରେସ ଦଳ ଗଭୀର ଶୋକ ପ୍ରକଟ କରିଛି ତାସହ ସାଂସଦ ସନନ୍ତୋଖଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି ।

ଏହାସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭଗଓନ୍ତ ମାନ୍ ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *