Pratidin TV

Odisha's Digital News Platform

କଂଗ୍ରେସ ପାଳିଛି ବ୍ଳାକ୍ ଫ୍ରାଇଡେ : ଦରଦାମ ବୃଦ୍ଧିନେଇ କଂଗ୍ରେସର ଦେଶବ୍ୟାପି ପ୍ରତିବାଦ

ଭୁବନେଶ୍ୱର : ଦେଶବ୍ୟାପି କଂଗ୍ରେସର ପ୍ରତିବାଦ । ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଆଜି ଗର୍ଜିଛି କଂଗ୍ରେସ । ଦିଲ୍ଲୀ ସହ ଭୁବନେଶ୍ୱର ଏବଂ ଅନେକ ସ୍ଥାନରେ ଜୋରଦାର ପ୍ରତିବାଦ ଚଳେଇଛି କଂଗ୍ରେସ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ କଳା ପୋଷାକ ପିନ୍ଧି କେନ୍ଦ୍ରସରକାର ବିରୋଧରେ ଆଜି ରନହିଙ୍କାର ଦେଇଥିଲେ କଂଗ୍ରେସ କର୍ମୀ । ପ୍ଲାକାର୍ଡ ପ୍ରଦର୍ଶନ ସହ କେନ୍ଦ୍ର ବିରୋଧରେ ଜୋରଦାର ନାରାବାଜି କରିଛି କଂଗ୍ରେସ । ଗ୍ୟାସ୍ ଓ ଅନ୍ୟାନ ଖାଉଟି ଦ୍ରବ୍ୟର ଦରଦାମ୍ ବୃଦ୍ଧିକୁ ଓ ଜିଏସ୍ଟି କୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁଲିରେ ଚଳାଇ ବାତ ଓ ରୁଟି ରାନ୍ଧିଥିଲେ କଂଗ୍ରେସ କର୍ମୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ଉର୍ଦ୍ଧେଶ୍ୟରେ ଏଆଇସିସି ଅଫିସ୍ ପାଖ ବ୍ୟାରିକେଡ୍ ଉପରେ ଚଢି ଆର ପଟକୁ ଡେଇଁ ଥିଲେ ପ୍ରିୟଙ୍କା । ଏନେଇ ପ୍ରିୟଙ୍କା ଙ୍କୁ ପୋଲିସ୍ ଅଟକ ରଖିବା ସହ ଆଇନଶୃଙ୍ଖଳା ଦୃଷ୍ଟିରୁଦିଲ୍ଲୀରେ ୧୪୪ ଜାରି କରିଛି ପୋଲିସ୍ । ଏହାପରେ ରାହୁଲଙ୍କୁ ମଧ୍ୟ ଆରେଷ୍ଟ କରିଛି ପୋଲିସ୍ ।

ଏପଟେ ଭୁବନେଶ୍ୱରରେ ମଧ୍ୟ ଜୋର ଧରିଛି ରାଜ୍ୟବ୍ୟାପୀ କଂଗ୍ରେସର ଆନ୍ଦୋଳନ । ଭୁବନେଶ୍ୱର ରାଜଭବନ ଘେରିବାକୁ ଯିବାବେଳେ ଅଟକାଇଲ ପୋଲିସ । ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ୍ ମୁହାଁ ମୁହିଁ ହୋଇଥିଲେ । ତେବେ ଏଥିରେ ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲା କଂଗ୍ରେସ ।

ପୋଲିସ୍‌ର ଆରେଷ୍ଟ ପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (ସୁରଭାଇ) ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯେ , ଆମକୁ ଯେଉଁ ଜେଲ୍ ନେବାକୁ ଚାହୁଁଛନ୍ତି ନିଅନ୍ତୁ ଖାତିର ନେହିଁ । ଏହି ବିକ୍ଷୋଭ ମଧ୍ୟ ଆଗକୁ ଏପରି ଜାରି ରହିବ କେନ୍ଦ୍ର ସରକାର ବିରୋଧରେ ।

Leave a Reply

Your email address will not be published. Required fields are marked *