Pratidin TV

Odisha's Digital News Platform

ରାସ୍ତା କାମ ପାଇଁ ଲାଞ୍ଚ ମାଗିଲେ ସରକାରୀ ଅଧିକାରୀ : ପ୍ରତିବାଦରେ ପରିବା ଢାଳି ପ୍ୟାଣ୍ଟ ସାର୍ଟ ଖୋଲିଲେ କଂଗ୍ରେସ କର୍ମୀ…

ଭୁବନେଶ୍ୱର : ଆଜି ଜଳସେଚନ ଅଫିସରେ ମାତିଲେ କଂଗ୍ରେସ କର୍ମୀ । କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । କିନ୍ତୁ କିଛି ଫଳପ୍ରଦ ହୋଇନଥିଲା । ମାତ୍ର ୪୦୦ ମିଟରର ରାସ୍ତା କାମ ପାଇଁ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ । ଏନେଇ ଆଜି ଅଭିନବ ଉପାୟରେ ଜଳସେଚନ  ଅଫିସରେ ପସି ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ ।

ସୂଚନା ଅନୁଯାୟୀ କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ବାରମ୍ବାର ଅଭିଯୋଗପରେ କରି କଂଗ୍ରେସ କର୍ମୀ ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । କିନ୍ତୁ ରାସ୍ତା କାମ ପାଇଁ ମଗାଯାଇଥିଲା ଟଙ୍କା । ଏନେଇ କରି ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବ୍ରଜକିଶୋର ସାହୁ ଓ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ଅନେକ କର୍ମୀ ।

ତେବେ ଘଟଣା ସ୍ଥଳରେ ବ୍ରଜକିଶୋର ନିଜ ପ୍ୟାଣ୍ଟ ସାର୍ଟ ଖୋଲି ଗରିବ ଓ ଚାଷୀମାନଙ୍କ ପାଇଁ ପ୍ରତିବାଦ କରିଥିଲେ । ଏହାପରେ ନିଜ ସହ ଆଣିଥିବା ସବୁଠୁ ଦାମୀ ଜିନିଷ ପରିବାକୁ ସରକାରୀ ଅଧିକାରୀଙ୍କ ଟେବୁଲ ଉପରେ ଢାଳି ଟଙ୍କା ବଦଳରେ ଲାଞ୍ଚ ଦେଇଥିଲେ । ସେହିପରି ମାନସ ଚୌଧୁରୀ ନିଜ ବେକରେ ଏକ ‘ନେମ୍ ପ୍ଲେଟ୍’ ପକାଇ ପ୍ରତିବାଦ କରିଥିଲେ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ । ୭ ଦିନରେ ରାସ୍ତା କାମ ହୋଇଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *