Pratidin TV

Odisha's Digital News Platform

ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ, ରାହୁଲ ଗାନ୍ଧୀ ହୋଇପାରନ୍ତି ବିରୋଧୀ ଦଳର ନେତା !

1 min read

ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ଲୋକସଭା ନିର୍ବାଚନରେ ସଫଳତା, ବିଫଳତା ସମେତ ଅନ୍ଯାନ୍ଯ ପ୍ରସଙ୍ଗରେ ହେବ ଆଲୋଚନା। ଏହି ବୈଠକରେ ଅଧ୍ଯକ୍ଷତା କରିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ମୁଖ୍ୟାଳୟରେ ହେବ ବୈଠକ | ଏହି ବୈଠକରେ କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗଦେବେ।

ତେବେ ସୂଚନା ଅନୁଯାୟୀ, ବିରୋଧୀ ଦଳ ନେତା ବାଛିବା ନେଇ ହୋଇପାରେ ଚର୍ଚ୍ଚା | ଏହାପରେ ବିରୋଧୀ ଦଳ ନେତାଙ୍କ ନା ଘୋଷଣା କରିପାରେ ଦଳ । ଏହାପରେ ବିରୋଧୀ ଦଳ ନେତାଙ୍କ ନା ଘୋଷଣା କରିପାରେ ଦଳ । ତେବେ ଚଳିତଥର ଲୋକସଭା ନିର୍ବାଚନରେ କଂଗ୍ରେସକୁ ୯୯ଟି ଆସନ ମିଳିଛି ଏବଂ ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼ ଓ ରାଏବରେଲିରୁ ବହୁତ୍ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Advertisement

ତେବେ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବାର ଜୋର ଚର୍ଚ୍ଚା ଧରିଛି | କାରଣ ଦୁଇ ଥର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁନରୁଦ୍ଧାର କରିବାର ଶ୍ରେୟ ପାଇଥିବା ରାହୁଲ ଗାନ୍ଧୀଙ୍କୁ ଏହି ଦାୟିତ୍ୱ ମିଳିପାରେ । କଂଗ୍ରେସ ବରିଷ୍ଠ ନେତା ମଧ୍ୟ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ନାଁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *