Pratidin TV

Odisha's Digital News Platform

ଚେକପୋଷ୍ଟରେ ଚାଲିଥିଲା ଚେକିଂ,ଫୁଲସ୍ପିଡ଼ରେ ଆସି କନେଷ୍ଟବଳକୁ ଧକ୍କାଦେଲା କାର

1 min read

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହିଟ ଆଣ୍ଡ ରନ୍ । ଏହି ସଡ଼କ ଦୁର୍ଘଟଣାର ଏକ ହୃଦୟ ବିଦାରକ ଭିଡିଓ ଏବେ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ କନଷ୍ଟେବଳଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାରର ଡ୍ରାଇଭର । ଯାହ ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣାଟି ୨୪ ଓ ୨୫ ର ମଧ୍ୟ ରାତ୍ରୀରେ ଘଟିଥିଲା । ଜଣେ କାର ଚାଳକ ଫୁଲ ସ୍ପିଡରେ ଆସି ଜଣେ କନଷ୍ଟେବଳଙ୍କୁ ଧକ୍କା ଦେଇଥିଲା । ତେବେ ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଏଥି ସହିତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ମିଳିଥିବା ସୂଚନା ମୁତାବକ , ଘଟଣାଟି ଦିଲ୍ଲୀର କନ୍ନଟ୍ ପ୍ଲେସରେ ଘଟିଛି । ୨୪ ଓ ୨୫ ଅକ୍ଟୋବର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ପୋଲିସ କହିଛି । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ରାସ୍ତାର ଅଧା ବ୍ୟାରିକେଡ୍ ହୋଇଛି । ବ୍ୟାରିକେଡ୍ ପାଖରେ ଯାନବାହନ ଚଳାଚଳ କରୁଛି । ଏହି ସମୟରେ ଜଣେ କନଷ୍ଟେବଳ ଡ୍ୟୁଟିରେ ଛିଡା ହୋଇଥିବା ନଜର ଆସିଛନ୍ତି । ସେ ଏକ କାରକୁ ଅଟକାଇ ଡ୍ରାଇଭରକୁ ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା, ଯେତେବେଳେ ଏକ କାର ଦ୍ରୁତ ଗତିରେ ଆଗରୁ ଆସି ଯାଇ ତାଙ୍କୁ ଧକ୍କା ଦେଇଥିଲା । କାରର ଧକ୍କା ଏତେ ଜୋରରେ ଥିଲା ଯେ ଯୁବକ ଜଣକଚିଛି ଦୂରକୁ ଛିଟିକି ପଡିଥିଲେ । ବ୍ୟାରିକେଡକୁ ଧକ୍କା ଦେଇ କାର ଆଗକୁ ବଢି ଯାଇଥିଲା ।

Advertisement

ଏହି ସମୟରେ କାରଟି ରାସ୍ତାରେ ଅଟକି ରହିଥିବା ଅନ୍ୟ ଏକ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପୋଲିସ କର୍ମଚାରୀ ଜଣ ଗୁରୁତର ହୋଇ ପଡିଛନ୍ତି । ତାଙ୍କ ଗୋଡ ଏବଂ ମୁଣ୍ଡରେ ଜୋରରେ ଆଘାତ ଲାଗିଛି । ତେବେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରାଯାଇଛି । ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି ।କାର ଚଳାଇବା ସମୟରେ ସେ ମଦ୍ୟପାନ କରିଥିଲେ କିମ୍ବା କିଛି ବୈଷୟିକ ସମସ୍ୟା ହେତୁ କାର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା କି ନାହିଁ ଜାଣିବାକୁ ପୋଲିସ ଚେଷ୍ଟା କରୁଛି । ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ଅଭିଯୁକ୍ତ ଜାଣିଶୁଣି ଏହି ଘଟଣା କରିଛନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *