Pratidin TV

Odisha's Digital News Platform

ପୁଅ ମୃତ୍ୟୁ ପଛରେ ରହିଛି ଷଡ଼ଯନ୍ତ୍ର…ଏପରି ଅଭିଯୋଗ ନେଇ ହାଇକୋର୍ଟରେ CBI ଯାଞ୍ଚ ଦାବିରେ ଅଭିଯୁକ୍ତ ଅନୂଜଙ୍କ ପରିବାର

1 min read

ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିବା ନେଇ ପଲ୍ଲିସ ଏନେଇ ୪ଜଣଙ୍କୁ କରିଥିଲା ଗିରଫ |ସେଥିମଧ୍ୟରୁ ଜଣେ ଅନୁଜ ଥାପନ ନାମକ ଜଣେ ଅଭିଯୁକ୍ତ ଜେଲ ଭିତରେ ଥିବା ବାଥରୁମରେ ବେଡ଼ସିଟ ଲଗେଇ ଆତ୍ମହତ୍ୟା କରିଥିଲେ | ତାଙ୍କୁ ନ୍ତୁରାନ୍ଟ ମେଡିକାଲ ନେବା ସତ୍ତ୍ୱେ ସେଠାରେ ଡାକ୍ତର ଅଭିଯୁକ୍ତ ଅନୁଜଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ମୁମ୍ବାଇ ପୋଲିସ ଏ ମାମା ନେଇ ଦେଇଥିଲା ସୂଚନା |

ସୂଚନା ଅନୁସାରେ ବାନ୍ଦ୍ରାସ୍ଥିତ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ମାମଲାରେ ଅଭିଯୁକ୍ତ ଅନୁଜ ଥାପନ ବନ୍ଧୁକ ଯୋଗାଇଥିଲେ | ତେଣୁ ତାଙ୍କୁ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା | କିନ୍ତୁ ସେ ଜେଲ ଭିତରେ ଥିବା ବାଥରୁମରେ କରିଥଲେ ଆତ୍ମହତ୍ୟା | ମୁମ୍ବାଇ ପୋଲିସ ଅଭିଯୁକ୍ତ ଅନୁଜର ପୋଷ୍ଟମର୍ଟମ କରିବା ପରେ ଜାଣିବାକୁ ମିଳିଥିଲା ଅଭିଯୁକ୍ତ ବେକାରର ଆଘାତ ଚିହ୍ନ ଥିଲା ଏବଂ ଶ୍ବାସରୁଦ୍ଧ ହେବାର ପ୍ରମାଣ ଥିଲା | କିନ୍ତୁ ଅନୁଜଙ୍କ ପରିବାର ଏହାକୁ ଖଣ୍ଡନ କରି ଅନୁଜ ଶବକୁ ନେବାକୁ ମନା କରିଦେଇଛି |

ଅନୁଜ ପରିବାର ଆଣିଛନ୍ତି ଅଭିଯୋଗ | ପରିବାର ସଦସ୍ୟଙ୍କ କହିବାନୁସାରେ ଏଇଟା ଆତ୍ମହତ୍ୟା ନୁହେଁ | ଏହା ହତ୍ୟା ଏହା ପଛରେ ରହିଛି ଷଡ଼ଯନ୍ତ୍ର | ଏହି ଅଭିଯୋଗରେ ହାଇକୋର୍ଟରେ ପହଁଞ୍ଚିଛନ୍ତି | ଏବଂ CBI ଯାଞ୍ଚ କରିବା ଦାବି କରିଛନ୍ତି | ଅନୁଜ ଥାପାନଙ୍କ ଓକିଲମାନେ ମଧ୍ୟ ଏ ସମ୍ପର୍କରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *