Pratidin TV

Odisha's Digital News Platform

ଖୁବ ଶୀଘ୍ର ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ..

ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିଲେ ସୁଦ୍ଧା ଏ ଯାଏ ସରିନି ମନ୍ଦିର ନିର୍ମାଣ କାର୍ଯ୍ୟ  । ଚଳିତବର୍ଷ ଜାନୁଆରୀ 22 ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ତେବେ ଖୁବଶୀଘ୍ର ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନିର୍ମାଣ କମିଟି ମୁଖ୍ୟ ନୃପେନ୍ଦ୍ର ମିଶ୍ରା ।

ରାମ ମନ୍ଦିର ପରିସରରେ ମୋଟ 5ଟି ଶିଖର ରହିବ । ସେଥିମଧ୍ୟରୁ ମୁଖ୍ୟ ମନ୍ଦିରକୁ ବାଦ ଦେଲେ ତିନି ଶିଖର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି । ମନ୍ଦିରର 5ଟି ମଣ୍ଡପ ଓ ଗର୍ଭଗୃହ କାର୍ଯ୍ୟ ଶେଷ ହୋଇ ରତ୍ନ ସିଂହାସନରେ ପ୍ରଭୁ ରାମଲାଲାଙ୍କ ସଂସ୍ଥାପନ ସରିଛି । ମାତ୍ର ମୁଖ୍ୟ ମନ୍ଦିରର ଶିଖର ବା ଚୂଡା ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏବେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହଥିବା ବେଳେ ଏହା ଚଳିତବର୍ଷ ଶେଷ ସୁଦ୍ଧା ଶେଷ ହେବା ନେଇ ନିର୍ମାଣ କମିଟି ମୁଖ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *