Pratidin TV

Odisha's Digital News Platform

ବିଦ୍ୟୁତ୍ ବିଲ୍‌କୁ ନେଇ ଚାଞ୍ଚଲ୍ୟକର ଘଟଣା ; ଟାଟା ମିଟର ରିଡିଂ ଏଜେଣ୍ଟଙ୍କୁ ହାଣିଦେଲେ ଉପଭୋକ୍ତା…

ଗଞ୍ଜାମ : ବିଦ୍ୟୁତ୍ ବିଲ୍‌କୁ ନେଇ ନିର୍ମମ ହତ୍ୟା । ଟାଟ ମିଟର ରିଡିଂ ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା ।
ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଧୀନ କୁପାଟି ଗ୍ରାମରେ ଆଜି ପୂର୍ବାହ୍ନରେ ଏଭଳି ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି । ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ରିଡିଙ୍ଗ ନେଉଥିବା ସମୟରେ ଜଣେ ଏଜେଣ୍ଟଙ୍କୁ ଗ୍ରାହକ/ଉପଭୋକ୍ତା ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ। ଲକ୍ଷ୍ମୀ ନାରାୟଣ ଟାଟା କମ୍ପାନୀରେ ଏଜେଣ୍ଟ ଭାବେ ମିଟର ରିଡିଂ କରୁଥିଲେ। ତେବେ ପୋଲିସ ହତ୍ୟାକାରୀ ଗୋବିନ୍ଦ ସେଠୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆଜି ସକାଳ ସମୟରେ କୁପଟିକୁ ମିଟର ରିଡିଙ୍ଗ ନେବା ପାଇଁ ଯାଇଥିବା ବେଳେ ଏଭଳି ହତ୍ୟାକାଢ଼୍‌ଡ ଘଟିଛି । ଗୋବିନ୍ଦଙ୍କର ବିଦ୍ୟୁତ ବିଲ୍ ଅଧିକ ଆସୁଥିଲା। ଏନେଇ ସେ ଚିନ୍ତିତ ଥିଲେ। ଏହି କଥାକୁ ନେଇ ମିଟର ରିଡିଂ କରିବାକୁ ଆସୁଥିବା ଲକ୍ଷ୍ମୀ ନାରାୟଣଙ୍କ ସହ ଗୋବିନ୍ଦଙ୍କର କିଛି ଦିନ ତଳେ ପାଟିତୁଣ୍ଡ ହୋଇଥିଲା। ଏବଂ ଆଜି ସକାଳ ସମୟର ଦୁହିଁଙ୍କ ମଧ୍ୟରେ ପୁଣିଥରେ ବିଦ୍ୟୁତ୍ ବିଲକୁ ନେଇ ବଚସା ହୋଇଥିଲା । ଏବଂ ଶେଷରେ ଏକ ଧାରୁଆ ଅସ୍ତ୍ରରେ ଗୋବିନ୍ଦ ସେଠି ଲକ୍ଷ୍ମୀନାରାୟଣଙ୍କୁ ଆକ୍ରମଣ କରିଥିଲେ । ତେବେ ସେହି ସମୟରେ ଲକ୍ଷ୍ମୀନାରାୟଣଙ୍କୁ ବଞ୍ଚାଇବାକୁ ଯାଇ ମଧ୍ୟ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହା ସହ ସ୍ଥାନୀୟ ଲୋକ ଏହାକୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ରିଙ୍କୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତ ଆଙ୍ଗୁଠି କଟିଯାଇଥିଲା । ଏହି ସମୟରେ ଅଭିଯୁକ୍ତ ତଳେ ପଡିଯିବାରୁ ସେ ମଧ୍ୟ ସାମାନ୍ୟ ଆହତ ହୋଇଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *