Pratidin TV

Odisha's Digital News Platform

ରୋଗ କାରଣରୁ ଝଡୁଥିଲା କେଶ , ସମ୍ପୂର୍ଣ୍ଣ ଲଣ୍ଡା ହୋଇ କଲେ ପ୍ରେମ ବିବାହ

1 min read

ନୂଆଦିଲ୍ଲୀ : ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ ମୁଣ୍ଡରେ ଥିବା ତାଙ୍କର କେଶ । କେଶ ଝଡ଼ିବା କାରଣରୁ ଆମେ ବେଳେବେଳେ ଚିନ୍ତିତ ହୋଇଯାଇଥାଉ ହେଲେ ଥରେ ଭାବିଲେ ଯଦି ଏହି କେଶ ସବୁଦିନ ପାଇଁ ଝଡ଼ିପଡ଼େ ତେବେ କିପରି ଲାଗିବ । କିନ୍ତୁ ଏପରି ଏକ ଘଟଣାକୁ ସାମ୍ନା କରି ହାରି ପଡ଼ି ନାହାନ୍ତି ଆମେରିକାର ବାସିନ୍ଦା ନେହେର ସଚ୍ଚଦେବ ବରଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

Advertisement

ଯେତେବେଳେ ନେହେର ସଚ୍ଚଦେବଙ୍କୁ ୬ ମାସ ହୋଇଥିଲା ସେତେବେଳେ ସେ ଆଲୋପେସିଆ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିରେ ତାଙ୍କ କେଶ ଝଡ଼ିବା ଆରମ୍ଭ କରିଥିଲା । ତାଙ୍କ ପରିବାର ତାଙ୍କୁ ଏହି ଅବସ୍ଥାକୁ ଲୁଚାଇ ରଖିବା ପାଇଁ କହିଥିଲେ । ନେହେର ଯେତେବେଳେ ବି ବାହାରକୁ ଯାଉଥିଲେ କି ସ୍କୁଲକୁ ପଢିବା ପାଇଁ ଯାଉଥିଲେ ସେତେବେଳେ ସେ ସମୟରେ ସେ ୱିଗ୍ ପିନ୍ଧିଥିଲେ । ତାଙ୍କର ଏହି ଚେହେରା ପାଇଁ ସେ ସବୁବେଳେ ସମାଲୋଚନାର ଶିକାର ହେଉଥିଲେ ।

ଅନେକ ବର୍ଷ ସେ ୱିଗ୍ ପିନ୍ଧିଲେ କିନ୍ତୁ ଆଉ ପାରିଲେ ନାହିଁ ଶେଷରେ ଲଣ୍ଡା ହେବାକୁ ସ୍ଥିର କଲେ । ତାଙ୍କ ଜେଜେ ମା ତାଙ୍କୁ କହିଲେ କି ତୁ ଲଣ୍ଡା ହୋଇଗଲେ ତତେ ବିବାହ କିଏ କରିବ । ହେଲେ ସେ କାହା କଥା ଶୁଣିଲେନି ଶେଷରେ ସେ ଲଣ୍ଡା ମଧ୍ୟ ହୋଇଗଲେ । ଆଉ ଏଥିପାଇଁ ସେ ଏକ ପାର୍ଟି ମଧ୍ୟ ଦେଲେ ଆଉ ଏଥିରେ ତାଙ୍କୁ ସମାଲୋଚନା କରୁଥିବା ଲୋକ ମଧ୍ୟ ସାମିଲ ଥିଲେ । ପରେ ସେ ବ୍ରାଉନ୍ ଗାର୍ଲ ମାଗାଜିନ୍ ପାଇଁ ବାଲ୍ଡ ବ୍ରାଉନ୍ ବ୍ରାଇଡ଼୍ ହେଲେ ସୋତେବେଳେ, ସେ ତାଙ୍କ ସୁନ୍ଦରତା ବୁଝିପାରିଲେ । ସେବେ ଠୁ ସେ ଖୋଲା ଆକାଶରେ ଉଡ଼ିବା ଆରମ୍ଭ କଲେ । ବର୍ତ୍ତମାନ ସେ ଅରୁଣ ନାମକ ଏକ ଯୁବକଙ୍କୁ ବିବାହ କରିଛନ୍ତି ତାଙ୍କ ଗୋଟେ ପୁଅ ମଧ୍ୟ ଅଛି । ଦୁହେଁ ଦୁହିଁଙ୍କୁ ମିରଚି ଡ଼େଟିଂ ଆପ୍ ରେ ଦେଖାହୋଇଥିଲେ ।

https://www.instagram.com/reel/Cmgk6tIo6-S/?utm_source=ig_web_copy_link

Leave a Reply

Your email address will not be published. Required fields are marked *