Pratidin TV

Odisha's Digital News Platform

ଜୁଲାଇ ୧୦ ରୁ ଦଶମ ଓ ଦ୍ୱାଦଶ ଫଳ ପ୍ରକାଶ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସଂଘର୍ଷତାର ସହ ଅନେକ ଭୟାଭୟ ପରିସ୍ଥିତିକୁ ସାମ୍ନା କରି ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଚାହିଁରହିଛନ୍ତି ଦଶମ ଓ ଦ୍ୱାଦଶର ପରୀକ୍ଷା ଫଳକୁ , ଛାତ୍ରଛାତ୍ରୀ ମାନଙ୍କ କହିବା ଅନୁସାରେ ସେମାନେ କରୋନା ଯୋଗୁଁ ଅଧିକାଂଶ ସମୟ ଅନଲାଇନରେ ପାଠ ପଢିଥିବା ନେଇ କେତେକ ଛାତ୍ରଛାତ୍ରୀ ଦ୍ୱନ୍ଦରେ ଥିବାବେଳେ ଅନେକ ଛାତ୍‌୍ରଛାତ୍ରୀ ଉତ୍କଣ୍ଠା ପ୍ରକାଶ କରିଛନ୍ତି ତେବେ ବୋର୍ଡ ଜୁଲାଇ ୧୦ ତାରିଖ ଶୁଦ୍ଧା ଦଶମ ଓ ଦ୍ୱାଦଶ ଉଭୟର ଫଳ ପ୍ରକାଶ କରିବ ବୋଲି ପରୀକ୍ଷା ନିୟନ୍‌ôକ ସାନୟାମ ଭରଦ୍ୱାଜ ସୂଚନା ଦେଇଛନ୍ତି । ସିବିଏସି ମଧ୍ୟ ପିଲାଙ୍କୁ ଆଉ ଦ୍ୱନ୍ଦରେ ନପକାଇ ଜୁଲାଇ ୧୦ ରେ ପରିକ୍ଷା ଫଳ ବାହାରକରିବାର ସୂଚନା ମିଳିଛି । ଏହା ସହ ସିବିଏସି ନିଜର ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ‘ପରୀକ୍ଷା ସଙ୍ଗମ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ଉନ୍ମୋଚନ କରିଛି । ପରିକ୍ଷାସଙ୍ଗମ.ସିବିଏସି.ଗର୍ଭରମେଣ୍ଟ.ଇନ, ର ୩ ଟି ମୁଖ୍ୟ ବିଭାଗ ଗୁଡିକ ହେଲା –ସ୍କୁଲ(ଗଙ୍ଗା),ଆଞ୍ଚଳିକ କାଯ୍ୟାଳୟ(ଜମୁନା),ଓ ମୁଖ୍ୟ କାଯ୍ୟାଳୟ(ସରସ୍ୱତି) ।

Leave a Reply

Your email address will not be published. Required fields are marked *