ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ମାମଲା : ହସ୍ତକ୍ଷେପ କଲାନି ହାଇକୋର୍ଟ,ପୋଲିସ ନେବ କାର୍ଯ୍ୟାନୁଷ୍ଠାନ
1 min readକଟକ : ଆଗକୁ ଆଉ ୨ଦିନ ପରେ ଗଣେଶ ପୂଜା କିନ୍ତୁ ବିକୃତ ମୂର୍ତ୍ତିକୁ ନେଇ ଏଯାଏଁ ତୁଟି ପାରିନି ବିବାଦ । ଲୋକମାନଙ୍କ ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ନ ପଠାଇବା ଲାଗି ବାରଣ କରିଥିଲା ପୋଲିସ । ଏନେଇ ମଧ୍ୟ ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡକାଯାଇ ତାଗିଦ୍ କରାଯାଇଥିଲା । ପୋଲିସର ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗରମାନେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ଏହି ମାମଲାର ନିଷ୍ପତ୍ତି ଶୁଣାଇଛି ହାଇକୋର୍ଟ । ତେବେ ଏହି ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛି ହାଇକୋର୍ଟ । ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ଉପରେ ଛାଡ଼ିଦେଇଛି ହାଇକୋର୍ଟ।
ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ହାଇକୋର୍ଟ ପୋଲିସ ପ୍ରଶାସନ ଉପରେ ଛାଡିଦେଇଥିବା ନେଇ କଟକ ଡିସିପି ପିନାକି ମିଶ୍ର କଡା ତାଦିଗ୍ କରିଛନ୍ତି । ଏନେଇ ସେ କିଛି ନିୟମ ଲାଗୁକରିଛନ୍ତି । ଯାହାକୁ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।
ଡିସିପିଙ୍କ କଡା ତାଗିଦ୍-
କଟକରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡିକୁ ତାଗିଦ କରିଛନ୍ତି କଟକ ଡିସିପି ପିନାକି ମିଶ୍ର । ଲୋକମାନଙ୍କ ବରାଦ ଅନୁଯାୟୀ କାରିଗରମାନେ ନିଜ ନିଜ ଇଛାରେ ଗଣେଶଙ୍କ ମୂର୍ତ୍ତିକୁ ଏକ ବିକୃତ୍ତ ରୂପ ଦେଇଦେଉଛନ୍ତି । ଯାହା ଆମ ସମାଜ ଓ ଅନେକ ଧାର୍ମିକ ଅନୁଷ୍ଠାନକୁ ମର୍ମାହତ କରୁଛି । କେତେବେଳେ ଗଣେଶ ଗୀତାର ଧରୁଛନ୍ତିତ ,କେତେବେଳେ ପୁଣି କାର ଚଲାଉଛନ୍ତି ,ପୁଣି କେଇଁଠି ଘୋଡା ଉପରେ ବସୁଛନ୍ତି ଏପରି ଅନେକ । ଏନେଇ ଡିସିପି ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ ଅପିଲ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନକରିବାକୁ ଅନୁରୋଧ କରିଆସିଛି ।ଏଥିରେ ବ୍ୟତିକ୍ରମ ଦେଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଧାର୍ମିକ ଭାବନାରେ ଆଘାତ ପହଞ୍ଜାଇବା ଭଳି ପଦକ୍ଷେପକୁ ଗ୍ରହଣ କରାଯିବନି ।