Pratidin TV

Odisha's Digital News Platform

ଶହୀଦ ବୀର ମାଧୋ ସିଂଙ୍କୁ ନେଇ ବିବାଦୀୟ ବୟାନ ଦେଇ , ଶେଷରେ କ୍ଷମା ମାଗିଲେ ସୁର ..

ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ବିଭିନ୍ନ ଆଡୁ ସମାଲୋଚନା ପରେ ଏବେ ସାମ୍ନାକୁ ଆସିଛି ବରିଷ୍ଠ ନେତା ସୁରେଶ ରାଉତରାୟ ଙ୍କ ପ୍ରତିକ୍ରିୟା । ସେ କ୍ଷମା ମାଗି କହିଛନ୍ତି ସେ ମାଧୋ ସିଂ ବିଷୟରେ ଜାଣିନଥିଲେ । ସେଥିପାଇଁ ସେ ଏପରି କହିଦେଇଛନ୍ତି । ଏହି ଘଟଣାକୁ ଏଇଠି ବନ୍ଦ କରି ଏହାକୁ ଆଉ ଆଲୋଚନା ନକରିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଥାଉ କି, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ମିଳିବ । ଏଥିପାଇଁ ‘ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଏହି ଯୋଜନା ବାବଦ ୧୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ତାଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ ସୁର ରାଉତରାୟ। ଏହି ଯୋଜନା ବିଷୟରେ ପଚରାଯିବାରୁ ସୁର କହିଥିଲେ ଯେ ଏହା ମଧୁସୂଦନ ଦାସଙ୍କ ନାମରେ ହେବା ଉଚିତ୍ ଏବଂ ମାଧୋ ସିଂ ଓଡିଶାର ନୁହଁନ୍ତି। ଯାହା ସାମ୍ନାକୁ ଆସିବା ପରେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗଙ୍କ ସମେତ ଅନେକ ଗୋଷ୍ଠୀ ତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ। ଯାହା ପରେ କ୍ଷମା ମାଗିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ମୁଁ ତାଙ୍କୁ ଜାଣିନଥିଲି, ଭୁଲରେ କହି ଦେଇଛି।

୧୮୫୭ର ମହାନ ବିପ୍ଲବୀ ମାଧୋ ସିଂହ। ଘେଁସ ଜମିଦାରୀର ଆଦିବାସୀ ବିଂଝାଲ ଜମିବାର ମାଧୋ ସିଂହ। ଇଂରେଜଙ୍କ ବିରୋଧରେ ମାଧୋ ସିଂହଙ୍କ ପୂରା ପରିବାର ସଂଘର୍ଷ କରିଥିଲେ । ଶକ୍ତିଶାଳୀ ଗରିଲା ବାହିନୀ ଗଠନ କରି ଇଂରେଜ ବିରୋଧରେ ସେ ଲଢିଥିଲେ । ସମ୍ବଲପୁର ବିଦ୍ରୋହ ନିମନ୍ତେ ପ୍ରସ୍ତୁତ ରଣନୀତିର ସେ ମୁଖ୍ୟ ଅଂଶୀଦାର ଥିଲେ। ଦେଶ ସ୍ବାଧୀନ ପାଇଁ ମେଧୋ ସିଂହଙ୍କ ପରିବାର ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଶେଷରେ ଗିରଫ ମାଧୋ ସିଂହଙ୍କୁ ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ଇଂରେଜ ସରକାର ।

Leave a Reply

Your email address will not be published. Required fields are marked *