Pratidin TV

Odisha's Digital News Platform

ବିବାଦୀୟ ଟ୍ରେନିଂ ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଉପରେ ଆକ୍ସନ, ଟ୍ରେନିଂ ରଖିଲା ସ୍ଥଗିତ

1 min read

ବିବାଦ ମଧ୍ୟରେ ପ୍ରୋବେସନାରୀ IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାର କରିଛନ୍ତି ନିର୍ଦ୍ଦେଶ | ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଛନ୍ତି ମସୁରୀ ଆଇଏଏସ୍ ଏକାଡେମୀ । ତୁରନ୍ତ ମସୁରୀ କ୍ୟାମ୍ପକୁ ଫେରି ଆସିବାରୁ ନିର୍ଦ୍ଦେଶ ମିଳିଛି । ଜୁଲାଇ ୨୩ ସୁଦ୍ଧା ମସୁରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ କୁହାଯାଇଛି ।

ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା | ଯେଉଁଥିପାଇଁ ତାଙ୍କୁ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି |

ବର୍ତ୍ତମାନ ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ(LBSNAA), ମସୁରୀ ପକ୍ଷରୁ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ସ୍ଥଗିତ କରଖାଯାଇଛି। ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀ ଆସିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *