ରିଲ୍ସ କରି ବିବାଦରେ , ଯୁବ ଭିଜି ଓ ରାଇନା ଙ୍କ ନାଁରେ FIR ..
1 min readଭାରତ ଲିଜେଣ୍ଡ୍ସ ବିଶ୍ବ ଚମ୍ପିଆନ୍ ହୋଇଛି । ଆଉ ଭାରତୀୟ ଭେଟେରାନ୍ କ୍ରିକେଟ୍ ଦଳ ଫାଇନାଲରେ ପାକିସ୍ତାନକୁ ମାତ ଦେଇଥିଲା । ସେହି ମ୍ୟାଚରେ ବିଜୟ ହେବାପରେ ଭାରତୀୟ ଖେଳାଳି ମାନେ ସେଲିବ୍ରେସନ କରିଥିଲେ । ମ୍ୟାଚ ଜିତିବା ଖୁସିରେ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂହ ଓ ସୁରେଶ ରୈନା ଓ ଯୁବରାଜ ସିଂ ଭିକି କୌଶଲଙ୍କ ‘ତୌବା ତୌବା’ ଗୀତରେ ଛୋଟେଇ ଛୋଟେଇ ଚାଲି ନୃତ୍ୟ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ତେବେ ଏହି ଭିଡିଓ ଶେୟାର କରିବା ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଛି, ଯେଉଁଥିପାଇଁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ‘ନ୍ୟାସନାଲ ସେଣ୍ଟର ଫର ଏମ୍ପ୍ଲୟମେଣ୍ଟ ଅଫ ଡିଜାବଲ’ (ଏନସିପିଏଡିପି) ର ସଭାପତି ଅରମାନ ଅଲି ୪ କ୍ରିକେଟରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହିତ ସେ ମେଟା ଇଣ୍ଡିଆର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଧ୍ୟା ଦେବନାଥନଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ଭିନ୍ନକ୍ଷମଙ୍କୁ ପରିହାସ କରିଥିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଏବଂ ସୁରେଶ ରାଇନାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାବେଳେ ଅରମାନ ଅଲି କହିଛନ୍ତି ଯେ ହରଭଜନ ସିଂ, ଯୁବରାଜ ସିଂ ଏବଂ ସୁରେଶ ରାଇନାଙ୍କ ଭିଡିଓରେ ଭାଇରାଲ ଗୀତ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ପ୍ରକାର ଅପମାନ।
ମୁଁ ଭାବୁଛି ଭାରତର ୧୦ କୋଟିରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ଏହା ଅପମାନ। ଅରମାନ ଅଲି ଆହୁରି କହିଛନ୍ତି ଯେ, ହରଭଜନ ସିଂ ଜଣେ ଏମପି ଓ ସେ ଭିନ୍ନକ୍ଷମଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଉଚିତ। କିନ୍ତୁ ସେ କେଉଁ ପ୍ରକାର ଭିଡିଓ ତିଆରି କରୁଛନ୍ତି? ଭାରତରେ ଅକ୍ଷମତା ବିଷୟରେ ସଚେତନତାର ଅଭାବ ରହିଛି । ତୁମେ ଭୁଲ ବିସ୍ତାର କରୁଛ ଓ ସେମାନଙ୍କୁ ପରିହାସ କରୁଛ ଏବଂ ସେଥିପାଇଁ ମୁଁ ଏକ ଅଭିଯୋଗ ଦାଖଲ କରିଛି । ବାସ୍ତବରେ ହରଭଜନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ପ୍ରଥମେ ଯୁବରାଜ ପ୍ରବେଶ କରୁଛନ୍ତି। ଏହା ପରେ ହରଭଜନ ଏବଂ ତା’ପରେ ସୁରେଶ ରାଇନା ମଧ୍ୟ ବିକି କୌଶଲଙ୍କ ତୌବା ତୌବା ଗୀତର ଷ୍ଟେପ୍ କରିବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି।