Pratidin TV

Odisha's Digital News Platform

ସାଇବାବାଙ୍କୁ ନେଇ ଘନେଇଲା ବିବାଦ , ୧୪ ମନ୍ଦିରରୁ ମୂର୍ତ୍ତି ହଟାଇଲା କେନ୍ଦ୍ରୀୟ ବ୍ରାହ୍ମଣ ସଂଗଠନ ।

1 min read

ସାଇବାବାଙ୍କୁ ନେଇ ଘନେଇଲା ବିବାଦ , ୧୪ ମନ୍ଦିରରୁ ମୂର୍ତ୍ତି ହଟାଇଲା କେନ୍ଦ୍ରୀୟ ବ୍ରାହ୍ମଣ ସଂଗଠନ । ଏମିତି ଏକ ଘଟଣା ଅଧ୍ୟାତ୍ମିକ ନଗରୀ ବାରଣାସୀରୁ ସାମ୍ନାକୁ ଆସିଛି । ହିନ୍ଦୁ ସଙ୍ଗଠନ ପକ୍ଷରୁ ସାଇ ବାବାଙ୍କ ମୂର୍ତ୍ତିଗୁଡିକୁ ମନ୍ଦିରରୁ ହଟାଯାଉଛି। ବର୍ତ୍ତମାନ ସୁଦ୍ଧା ୧୪ଟି ମନ୍ଦିରରୁ ମୂର୍ତ୍ତି ହଟାଯାଇଥିବା ହିନ୍ଦୁ ସଙ୍ଗଠନ ଦାବି କରିଛି। ଟାର୍ଗେଟ୍ରେ ଆହୁରି ୨୮ଟି ମନ୍ଦିର ରହିଥିବା ସୂଚନା ମିଳିଛି ।

ରବିବାର ବିଳମ୍ବିତ ରାତିରୁ ବାରାଣସୀର ପ୍ରସିଦ୍ଧ ବଡା ଗଣେଶ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସନାତନ ରକ୍ଷକ ଦଳ ମଧ୍ୟ ଯୋଗ ଦେଇଛନ୍ତି ।

Advertisement

ହିନ୍ଦୁ ସଙ୍ଗଠନ ମୁତାବକ, ସାଇ ବାବା ହେଉଛନ୍ତି ଜଣେ ମୁସଲମାନ ସାଧୁ। ତାଙ୍କର ପ୍ରକୃତ ନାମ ଚାନ୍ଦ ବାବା। ସନାତନ ଧର୍ମ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କୁ ପୂଜା କରାଯାଇପାରିବ ନାହିଁ। ଏଭଳି କିଛି ଅଭିଯୋଗ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି। କେନ୍ଦ୍ରୀୟ ବ୍ରାହ୍ମଣ ସଭା ନାମକ ଏକ ସଙ୍ଗଠନ ମନ୍ଦିରଗୁଡିକରୁ ସାଇଙ୍କ ପ୍ରତିମାକୁ ହଟାଉଛନ୍ତି।

୧୦ ବର୍ଷ ପୂର୍ବେ ୨୦୧୪ରେ, ସାଇ ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲେ। ଦ୍ୱାରକା ଶରଦା ପୀଠ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ ରାମ ନବମୀ ଦିନ ଏହି ଅଭିଯାନ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *