Pratidin TV

Odisha's Digital News Platform

ଗଛ ମୂଳେ କରୁଥିଲେ ରୋଷେଇ…..ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ବାଘୁଆ ମହୁମାଛି

ଦଂଶିଲା ବାଘ ମହୁମାଛି | ଆକ୍ରମଣର ଶିକାର ହୋଇ ଆହାତ ହେଲେ ୧୪ ଜଣ ମହିଳା ଓ ପୁରୁଷ । ଆମ୍ବଗଛ ମୂଳେ କରୁଥିଲେ ରୋଷେଇ | ଏହା ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖାରିମେରା ଗାଁ ନିକଟରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା ।

ସୁଚନା ମୁତାବକ ଗାଁ ନିକଟରେ ଥିବା ଜଙ୍ଗଲରେ ଘରର ଜାଳେଣି ପାଇଁ କିଛି ଲୋକ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ । କିଛି ଲୋକ କାଠ ସଂଗ୍ରହ କରୁଥିବା ବେଳେ ଆଉ କିଛି ଲୋକ ରୋଷେଇ କରୁଥିଲେ । ତେବେ ରୋଷେଇ କରିବା ସମୟରେ ହଟାତ ଆକ୍ରମଣ କରିଥିଲେ ବାଘ ମହୁମାଛି । ସଙ୍ଗେ ସଙ୍ଗେ ସେଠାରୁ ଦୌଡ଼ି ଚାଲି ଆସିଥିଲେ ଗାଁ ଲୋକେ । ଆହାତ ଙ୍କ ମଧ୍ୟରେ ମହିଳା ୬ ଜଣ ଓ ପୁରୁଷ ୮ ଜଣ ରହିଥିବାବେଳେ ସମସ୍ତଙ୍କୁ ମୋହନା ମେଡିକାଲ୍ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *