ଦେଶରେ ବଢୁଛି କରୋନା ସଙ୍କଟ: ଆଜି ଚିହ୍ନଟ ହେଲେଣି ୪୨୭୦
1 min readନୂଆଦିଲ୍ଳୀ: ଦେଶରେ ପୁଣି ଘାରିଛି କୋରୋନା ଭୟ । ଧୀରେ ଧୀରେ କାୟା ମେଲାଉଛି ମହାମାରୀ । ପ୍ରତିଦିନ ବଢୁଥିବା ସଂକ୍ରମଣ ମାମଲା ଲୋକଙ୍କ ଚିନ୍ତା ବଢାଇଛି । ଆଜି ୪ ହଜାର ଉପରେ ରହିଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୪,୨୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୧୫ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୨,୬୧୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୨୪ ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪,୦୫୨ରହିଛି । ଦେଶରେ ଏଯାବତ ୪୨,୬୨,୮୦,୭୩ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ମୋଟ ୫,୨୪,୬୯୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୪,୦୯,୪୬,୧୫୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।