ଫେରିଲା କରୋନା, ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି କରିବେ ସମୀକ୍ଷା
1 min readପୁଣି ଦେଶ ମୁହାଁ ହେଲାଣି କରୋନା । ୨ ବର୍ଷରୁ ଅଧିକ ଦିନଧରି ଲୋକଙ୍କୁ କନ୍ଦାଇଥିବା କରୋନା ପୁଣି ଥର କିଛି ରାଜ୍ୟରେ ବ୍ୟାପିଲାଣି । କୋଭିଡ୍ର ନୂଆ ଭାରିଆଣ୍ଟ ଜେଏନ୍.୧ କିଛି ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୁଣିଥରେ ଓଡ଼ିଶାକୁ ମାସ୍କ ଫେରିବା ସମ୍ଭାବନା ସୃଷ୍ଟି ହେଲାଣି। ଏପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ଜୋରଦାର ହୋଇଛି। ପରିସ୍ଥିତିକୁ ଦେଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କୋଭିଡ୍ ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିବେ। ସାରା ବିଶ୍ୱକୁ କଲବଲ କରିବା ପରେ କରୋନା ମହାମାରୀ ଶାନ୍ତ ହୋଇଥିଲା ।
ଏଯାହାଫଳରେ ଗତ ବର୍ଷ ରାଜ୍ୟ ସରକାର କୋଭିଡ୍ କଟକଣା ପ୍ରତ୍ୟାହାର କରିଥିଲେ। ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଉ ବାଧ୍ୟତାମୂଳକ ହୋଇ ରହି ନାହିଁ। ଏହା ଭିତରେ ଲୋକଙ୍କର କୋଭିଡ୍ ସମୟର ଅଭ୍ୟାସ ବି ସମ୍ପୂର୍ଣ୍ଣ ବଦଳି ଗଲାଣି। କୋଭିଡ୍ର ନୂଆ ଭାରିଆଣ୍ଟ ଆସିବ ବୋଲି ପୂର୍ବାନୁମାନ କରାଯାଇଥିଲେ ସୁଦ୍ଧା ସେପରି କିଛି ଘଟିନାହିଁ। ମାତ୍ର ଏବେ ଜେଏନ୍.୧ ଭାରିଆଣ୍ଟ ନୂଆ ବିପତ୍ତି ଡାକି ଆଣିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କେରଳ ଓ କର୍ଣ୍ଣାଟକରେ ଲୋକମାନଙ୍କ ଜୀବନ ଯାଇଥିବା ସୂଚନା ପହଞ୍ଚଛି। ଏହି ପରିପେକ୍ଷ୍ରୀରେ ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ପାଇପାରେ ଓ ଏପରିସ୍ଥଳେ କୋଭିଡ୍ କଟକଣା ଫେରିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।
ଭାରତରେ କେରଳ ରାଜ୍ୟରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରୁଜୁ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ କେରଳରେ 115 ଟି ନୂଆ କରୋନା ରୋଗ ହୋଇଥିବା ଜଣାଯାଇଛି, ଏହା ପରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟା 1,749 କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ଗୋଆ, ଉତ୍ତରପ୍ରଦେଶରେ ମଧ୍ୟ କରୋନା ମାମଲା, ମହାରାଷ୍ଟ୍ରର JN.1 ରୁ 18 ଏବଂ ଗୋଆରୁ 18 ଟି ମାମଲା ରୁଜୁ ହୋଇଛି। ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା 1970 ରେ ପହଞ୍ଚିଛି। ଗତ 9 ଦିନ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି |କରୋନା JN.1 ର ନୂତନ ପ୍ରକାରର ପ୍ରଥମ ମାମଲା ଡିସେମ୍ବର 8 ରେ କେରଳରେ ମିଳିଥିଲା | ଏହି ସଂକ୍ରମଣ 79 ବର୍ଷ ବୟସ୍କା ମହିଳାଙ୍କଠାରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ବିଦେଶରେ କରୋନା କାରଣରୁ ଏକ ଅସନ୍ତୋଷ ଦେଖାଦେଇଛି। ସିଙ୍ଗାପୁରର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଯେଉଁଠାରେ ଏକ ସପ୍ତାହ ମଧ୍ୟରେ 56 ହଜାରରୁ ଅଧିକ ରୋଗୀ ଦେଖାଦେଇଛନ୍ତି | ଏଥି ସହିତ ମାଲେସିଆ ଏବଂ ଇଣ୍ଡୋନେସିଆରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।