Pratidin TV

Odisha's Digital News Platform

ଚିନ୍ତା ବଢାଇଲାଣି କରୋନା: ଦିନକରେ ଚିହ୍ନଟ ହେଲେ ୧୫ ହଜାର ଆକ୍ରାନ୍ତ

1 min read

ନୂଆଦିଲ୍ଲୀ: ଦେଶରେ ପୁଣି ଟେନସନ ଦେଉଛି କୋରୋନା । ପ୍ରତିଦିନ ୧୫ ହଜାରରୁ ଅଧିକ ଚିହ୍ନଟ ହେଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ ୧୫,୯୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଶୁକ୍ରବାର ତୁଳନାରେ କମ୍ ହୋଇଥିଲେ ମଧ୍ୟ ଚିନ୍ତାଜନକ ରହିଛି । ସେହିପରି ସଂକ୍ରମଣ ଅଧିକ ରହୁଥିଲେ ହେଁ ମୃତ୍ୟୁସଂଖ୍ୟା କମ୍ ରେକର୍ଡ ହେଉଛି ।

ଦିନକରେ ଦେଶରେ ମାତ୍ର ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨,୪୨୫ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୧,୭୭୯କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୩୯%ରେ ପହଞ୍ଚିଛି ।ଏଯାବତ୍ ୪,୨୭,୬୧,୪୮୧ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୯୭୪ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୫,୭୩,୩୪୧ ଜଣଙ୍କୁ ଟିକା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *