Pratidin TV

Odisha's Digital News Platform

ବଢୁଛି କରୋନା ସଙ୍କଟ: ୧୭ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋରୋନା । ଦିନକରେ ୧୭ ହଜାର ଡେଇଁଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ ୧୭,୩୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏପରି ଭାବେ ହୁ ହୁ ହୋଇ ସଂକ୍ରମଣ ବଢିବା ଏବେ ଲୋକଙ୍କ ଚିନ୍ତା ବଢାଇଛି । ମାତ୍ର ଆଶ୍ବସ୍ତିକର ବିଷୟ ହେଉଛି ଯେ, ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା ଦେଶରେ କମ୍ ରହିଛି ।

ଦିନକରେ ମାତ୍ର ୧୩ ଜଣଙ୍କର ମୁଣ୍ତ ନେଇଛି ମହାମାରୀ ଏବଂ ୧୩,୦୨୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ୮୦ ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮,୨୮୪କୁ ବୃଦ୍ଧି ପାଇଛି ।ଏଯାବତ୍ ୪,୨୭,୪୯,୦୫୬ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୯୫୪ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୩,୭୧,୧୦୭ ଜଣଙ୍କୁ ଟିକା ଦିଆଯାଇଛି ।

Leave a Reply

Your email address will not be published. Required fields are marked *