Pratidin TV

Odisha's Digital News Platform

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଜିଲ୍ଲାପାଳଙ୍କୁ ଡୋର୍ ଟୁ ଡୋର ସର୍ଭେ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପୁଣି ଥରେ ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଲକ୍ଷଣ ଦେଖା ଦେଲେ ଲୋକ ମାନଙ୍କୁ ସାମ୍ନାକୁ ଆସି ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ସଂକ୍ରମଣକୁ ରୋକିବା ପାଇଁ ଡୋର ଟୁ ଡୋର ସର୍ଭେ ପାଇଁ ଜିଲ୍ଳାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଅପେକ୍ଷା ଆଜି (ଗୁରୁବାର) ମାମଲା ଡବଲ ହୋଇଛି । ରାଜ୍ୟରେ ଉପର ତଳ ହେଉଛି ଦୈନିକ କରୋନା ସଂକ୍ରମଣ ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୭୩୭ ଜଣକୁ ବୃଦ୍ଧି ପାଇଛି ।

Advertisement

Leave a Reply

Your email address will not be published. Required fields are marked *