Pratidin TV

Odisha's Digital News Platform

ରାଜ୍ୟରେ କରୋନା ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୧ ଆକ୍ରାନ୍ତ

1 min read

ଭୁବନେଶ୍ଵର : ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଚିହ୍ନଟ ୨୨ ସଂକ୍ରମିତ ଅପେକ୍ଷା ଆଜି (ଗୁରୁବାର) ମାମଲା ଡବଲ ହୋଇଛି । ରାଜ୍ୟରେ ଉପର ତଳ ହେଉଛି ଦୈନିକ କରୋନା ସଂକ୍ରମଣ ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୭୩୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪ଜଣ ସଂକ୍ରମିତ ଥିବା କୁହାଯାଇଛି । ଗତକାଲି ରାଜ୍ୟରେ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ଆଜିର କରୋନା ମାମଲା ରାଜ୍ୟର ୮ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୨୨ ଜିଲ୍ଲା କରୋନା ମୁକ୍ତ ରହିଛି ।
ଖୋର୍ଦ୍ଧାରୁ ସର୍ବାଧିକ  ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬ଜଣ ଓ କଟକରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisement

ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ଆଉ ୩୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୧୭୭ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ଏଯାଏ କରୋନାରେ ମୋଟ୍‌ ୧୨,୮୮,୭୩୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨,୭୯,୩୮୧ଜଣ ସୁସ୍ଥ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *