Pratidin TV

Odisha's Digital News Platform

କରୋନା ଗ୍ରାଫ୍ ସାମାନ୍ୟ ତଳୁଆ: ୨୪ ଘଣ୍ଟାରେ ଆସିଲା ୩୭୧୪ ନୂଆ ମାମଲା

1 min read

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ଦିନ କମିଲେ ଦିନ ବଢୁଛି ସଂକ୍ରମଣ ମାମଲା । ପୂର୍ବ ଦିନ ଅପେକ୍ଷା ଆଜି କମ ଥିଲେ ବି ୩ ହଜାର ଉପରେ ରହିଛି ପଜିଟିଭ ସଂଖ୍ୟା । ପ୍ରତିଦିନ ବଢୁଥିବା ସଂକ୍ରମଣ ମାମଲା ଲୋକଙ୍କ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୭୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୭ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୨,୫୧୩ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୨୬ ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬, ୯୭୬ରେ ପହଞ୍ଚିଛି । ଦେଶରେ ଏଯାବତ ୪୨,୬୩,୩୩,୬୫ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ମୋଟ ୫,୨୪,୭୦୮ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୪,୨୭,୧୬,୫୪୩ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *