Pratidin TV

Odisha's Digital News Platform

ଦେଶରେ ବଢୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୩ ହଜାର ପାର କଲା ସଂକ୍ରମଣ

1 min read

ନୂଆଦିଲ୍ଲୀ: ଦେଶରେ ୧୩ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୩,୨୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦିନକରେ ୨୩ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୮,୧୪୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଭାରତରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଚତୁର୍ଥ ଲହର ଭୟ ପ୍ରକାଶ ପାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ୭୦ ହଜାର ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮,୧୦୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର ୨.୭୩%ରେ ପହଞ୍ଚିଛି । ଏଯାବତ୍ ୪,୨୬,୯୦,୮୪୫ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୮୪୦ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୯୯,୮୨୪ ଜଣଙ୍କୁ ଟିକା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *