୧ ଲକ୍ଷ ତଳକୁ ଖସିଲା ଦେଶରେ କରୋନା ସକ୍ରିୟଙ୍କ ସଂଖ୍ୟା
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର କମିବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ତିନିମାସ ପରେ ସର୍ବନିମ୍ନ କରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ଟି ନୂଆ କରୋନା ମାମଲା ଆସିଛି। ସୂଚନା ଥାଉ କି ଯେ ଏହା ପୂର୍ବରୁ ଡିସେମ୍ବର ୨୭ରେ ସର୍ବନିମ୍ନ କରୋନା ମାମଲା ରିପୋର୍ଟ ହୋଇଥିଲା |ଡିସେମ୍ବର ୨୭ରେ, ୬,୩୫୮ କରୋନା ମାମଲା ସାମ୍ନାକୁ ଆସିଥିଲା | ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।
ଏହା ବ୍ୟତୀତ ୧୬,୮୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ମୋଟ ପଜିଟିଭଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ ୩୧ ହଜାର ୦୪୫ରେ ପହଞ୍ଚିଥିବାବେଳେ ଏବେ ଦେଶର ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୨,୪୭୨କୁ ଖସିଆସିଛି।
ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ କୋଟି ୨୩ ଲକ୍ଷ ୨୪ ହଜାର ୫୫୦ଜଣ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୧୪ ହଜାର ୦୨୩ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି | ସେହିପରି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ଭୂତାଣୁ ପାଇଁ ୯,୦୧,୬୪୭ ନମୁନା ପରୀକ୍ଷା କରାଯାଇଛି ଓ ଗତକାଲି ପର୍ଯ୍ୟନ୍ତ ମୋଟ ୭୬ କୋଟି ୮୩ ଲକ୍ଷ ୮୨ ହଜାର ୯୯୩ ନମୁନା ପରୀକ୍ଷା କରାଯାଇଛି।